Get Updates
Get notified of breaking news, exclusive insights, and must-see stories!

World Cup 2023: ସେମି ଫାଇନାଲକୁ ଶେଷ ରାସ୍ତା, ଆଜି ବାଂଲାଦେଶକୁ ଭେଟିବ ପାକିସ୍ତାନ

World Cup 2023: ଆଜି ବିଶ୍ୱକପରେ ପାକିସ୍ତାନ କୁ ଭେଟିବ ବାଂଲାଦେଶ । କୋଲକାତାରେ ଖେଳାଯିବ ଆଜିର ମ୍ୟାଚ୍ । ଅପରାହ୍ନ 2ଟା ରୁ ଆରମ୍ଭ ହେବ ମ୍ୟାଚ୍ ।

ତେବେ ସେମି ଫାଇନାଲ ଦୌଡ଼ରେ ଆଗକୁ ଯିବାକୁ ହେଲେ , ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ରେ ଜିତିବା ଜରୁରୀ । ବିଶେଷ କରି ପାକିସ୍ତାନ ଟିମ୍‌ ପାଇଁ ବଂଲାଦେଶକୁ ହରାଇବା ଜରୁରୀ । ଯଦି ପାକିସ୍ତାନ ଆଜିର ମ୍ୟାଚ୍‌ରେ ପରାଜୟ ହେଉଛି, ତେବେ ବିଶ୍ୱକପ୍‌ର ସେମି ରେସ୍‌ରୁ ଆଉଟ୍‌ ହୋଇଯିବ ।

pakistan

ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଟିମ୍‌ ଚଳିତ ବିଶ୍ୱକପ୍‌ 2023 ରେ 6 ଟି ମ୍ୟାଚ୍ ଖେଳିସାରିଛି । ସେଥିରୁ ମାତ୍ର 2 ଟି ଜିତିଥିବା ବେଳେ 5 ଟି ମ୍ୟାଚ୍ ରେ ପରାଜୟ ସମ୍ନା କରିବାକୁ ପଡ଼ିଛି । ଯାହାଫଳରେ ଟିମ୍‌ ଏବେ 4 ଅଙ୍କ ପାଇଁ ପଏଣ୍ଟ ଟେବୁଲ୍‌ର 7ମ ସ୍ଥାନରେ ରହିଛି ।

ସେହିପରି ବାଂଲାଦେଶ ଟିମ୍‌ ଏବେ ସୁଦ୍ଧା 6 ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଛଇ । ତଥାପି ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାରେ ବାଂଲାଦେଶ ଟିମ୍ ମାହିର । ତେଣୁ ସେମି ରେସ୍‌ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ ବିଜୟୀ ଜରୁରୀ । ଦଳ ବର୍ତ୍ତମାନ ସୁଦ୍ଧା 2 ଅଙ୍କ ପାଇ ପଏଣ୍ଟ ଟେବୁଲର୍‌ ନବମ ସ୍ଥାନରେ ରହିଛି ।

ଆଜିର ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ ଗାର୍ଡେନରେ ଖେଳାଯିବ । ଅପରାହ୍ନରେ ପଡ଼ିଆ 60 ପ୍ରତିଶତ ଆର୍ଦ୍ରତା ହୋଇପାରେ । ଏଭଳି ପରିସ୍ଥିତିରେ ଯେଉଁ ଦଳ ଟସ୍ ଜିତିବ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ । ଇଡେନ୍ ଗାର୍ଡେନରେ ହୋଇଥିବା 8 ଟି ମ୍ୟାଚ୍ ମଧ୍ୟରୁ 7 ଟି ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି ।

ପାକିସ୍ତାନର ସମ୍ଭାବ୍ୟ 11

ଅବଦୁଲ୍ଲା ଶାଫିକ୍, ଇମାମ ଉଲ୍ ହକ୍, ବାବର ଆଜାମ, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ମହମ୍ମଦ ନୱାଜ, ଶାହିନ ଆଫ୍ରିଦି, ମହମ୍ମଦ ୱାସିମ, ହରିସ ରାଉଫ

ବାଙ୍ଗଲାଦେଶ ସମ୍ଭାବ୍ୟ 11

ଲିଟନ୍ ଦାସ, ତନଜିଦ୍ ହାସନ୍, ନାଜମୁଲ ହୁସେନ୍, ଶାକିବ ଅଲ୍ ହାସନ୍, ମୁସ୍ତାଫିକୁର ରହୀମ, ମହମୁଦୁଲ୍ଲା, ମେହେଡି ହାସନ, ତସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ଶୋରିଫୁଲ ଇସଲାମ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+