Get Updates
Get notified of breaking news, exclusive insights, and must-see stories!

World Cup 2023: ଶେଷ ଲିଗ୍ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ

World Cup 2023: ବିଶ୍ୱକପ 2023 ରେ ଆଜି ଶେଷ ଲିଗ୍ ମ୍ୟାଚ୍ । ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଆଜିର ମ୍ୟାଚ୍ ଖେଳାଯିବ । କ୍ରମାଗତ 8 ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ଏବଂ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଅଛି

ଏହି ବିଶ୍ୱକପରେ ଏପର୍ଯ୍ୟନ୍ତ କୌଣସି ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରିବାରେ ସକ୍ଷମ ହୋଇନାହାଁନ୍ତି । ଏହି ବିଶ୍ୱକପରେ ନେଦରଲ୍ୟାଣ୍ଡ ଦଳ ବହୁତ ଭଲ ପ୍ରଦର୍ଶନ କରିଛି ଏବଂ ଦୁଇଟି ମ୍ୟାଚ୍ ଜିତିଛି ।

ind vs ned

ଆଜିର ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଅପରାହ୍ନ 2 ଟାରେ ଖେଳାଯିବ । ବେଙ୍ଗାଲୁରୁର ପାଣିପାଗ ବିଷୟରେ କହିବାକୁ ଗଲେ ଏଠାରେ ପାଣିପାଗ ଭଲ ରହିଛି ଏବଂ ବର୍ଷା ହେବାର ପୂର୍ବାନୁମାନ ନାହିଁ । ପିଚ୍ ଉପରେ କହିବାକୁ ଗଲେ, ଏଠାକାର ପିଚ୍ ବ୍ୟାଟ୍ସମ୍ୟାନ୍ ମାନଙ୍କ ପାଇଁ ବେଶ୍ ଅନୁକୂଳ । ତେଣୁ ବଡ଼ ସ୍କୋର ହେବାର ଆଶା ରହିଛି ।

ଭାରତୀୟ ଦଳ ବିଷୟରେ କହିବାକୁ ଗଲେ ଦଳ ଶେଷ ମ୍ୟାଚ ପରେ ଭାରତକୁ 6 ଦିନର ବିରତି ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ବିଶ୍ରାମ ଏବଂ ରଣନୀତି ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ସମୟ ପାଇଛି । ତେଣୁ, ଆଜି ଦଳ ପୁଣି ଥରେ ଭଳ ପ୍ରଦର୍ଶନ କରିବା ଆଶାରେ ପଡ଼ିଆକୁ ଓହ୍ଲାଇବ । ଭାରତୀୟ ଦଳ କ୍ରମାଗତ ଭାବେ ମ୍ୟାଚ୍ ଜିତୁଛି, ତେଣୁ ଦଳରେ କୌଣସି ପରିବର୍ତ୍ତନ ହେବାର ଆଶା ନାହିଁ ।

ନେଦରଲ୍ୟାଣ୍ଡ ଦଳ ବିଷୟରେ କହିବାକୁ ଗଲେ ମ୍ୟାକ୍ସ ଓ'ଡାଉଡ ଜଣେ ଉତ୍କୃଷ୍ଟ ଖେଳାଳି, କିନ୍ତୁ ସେ ଏହି ବିଶ୍ୱକପରେ ନିଜର ସାମର୍ଥ୍ୟକୁ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହାଁନ୍ତି । କିନ୍ତୁ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚରେ ନେଦରଲ୍ୟାଣ୍ଡ ଦଳ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ନେଦରଲ୍ୟାଣ୍ଡ ଦଳରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ 11

ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ

ନେଦରଲ୍ୟାଣ୍ଡ ସମ୍ଭାବ୍ୟ 11

ୱେସଲି ବାରେସି, ମ୍ୟାକ୍ସ ଓ'ଡାଉଡ୍, କଲିନ୍ ଆକ୍କର୍ମନ୍, ସାଇବ୍ରାଣ୍ଡ୍ ଇଙ୍ଗଲେବ୍ରେଚ୍, ସ୍କଟ୍ ଏଡୱାର୍ଡସ୍, ବେସ୍ ଡି ମିଛ, ତେଜା ନିଦାମାନୁରୁ, ଲୋଗାନ୍ ଭାନ୍ ବେକ, ରୋଲୋଫ୍ ଭାନ୍ ଡେର୍ ମେରୱେ, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମେକେରେନ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+