World Cup 2023: ମିଶନ୍ ସେମି ଫାଇନାଲରେ ରୋହିତ୍ ବାହିନୀ, ଏହି ଦଳ ସହ ହେବ କଡ଼ା ମୁକାବିଲା
World Cup 2023: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ 2023 ରେ ଆଜି ରହିଛି ଏକ ହାଇ ଭୋଲଟେଜ୍ ମ୍ୟାଚ୍ । ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଲକ୍ଷ୍ମୌରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ରେ ଭାରତ ତାର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ସେହିପରି ଇଂଲଣ୍ଡ ନିଜର ପରାଜୟ ଧାରା ଭାଙ୍ଗିବାକୁ ପ୍ରୟାସ କରିବ ।

ସେପଟେ ଆଜି ଯଦି ଭାରତ ଦଳ ଜିତିବ, ତେବେ ସେମି ଫାଇନାଲ୍ ଟିକେଟ୍ ପକ୍କା । ବର୍ତ୍ତମାନ ସୁଦ୍ଧା ଭାରତ ଲଗାତାର 5 ଟି ମ୍ୟାଚ ଜିତିସାରିଥିବା ବେଳେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଇଂଲଣ୍ଡ ଚଳିତ ବିଶ୍ୱକପରେ ଅତ୍ୟନ୍ତ ଖରାପ ପଦର୍ଶନ କରିଛି । କିନ୍ତୁ ଦଳରେ ଭଲ ଖେଳାଳି ରହିଥିବାରୁ କୌଣସି ସମୟରେ ଇଂଲଣ୍ଡ ଫର୍ମକୁ ଫେରିବାର ଆଶଙ୍କା ରହିଛି । ତେଣୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି ।
ଏପଟେ ମ୍ୟାଚ ପୂର୍ବରୁ ଭାରତରୁ ବଡ଼ ଝଟକା ଲାଗିଛି । ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ମ୍ୟାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ଆଣ୍ଠୁରେ ଆଘାତ ଯୋଗୁ ହାର୍ଦିକ ଆହୁରି କିଛି ମ୍ୟାଚ ଖେଳିବେ ନାହିଁ । କିନ୍ତୁ ସେମିଫାଇନାଲ ବେଳକୁ ସେ ସୁସ୍ଥ ହୋଇଯିବା ଆଶା କରାଯାଉଛି ।ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଟିମ ଇଣ୍ଡିଆ ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମିଙ୍କୁ ବୋଲର ଭାବେ ସାମିଲ କରାଯାଇଥିବା ବେଳେ ବ୍ୟାଟର ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିଲା । ସାମି ଭଲ ବୋଲିଂ କରି 5 ଟି ୱିକେଟ ମଧ୍ୟ ନେଇଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇନପାରେ । ଲକ୍ଷ୍ନୌ ପିଚ ସ୍ଲୋ ବୋଲରଙ୍କୁ ସୁହାଉଥିବାରୁ ସାମିଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱୀନୀଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ଯଦି ବ୍ୟାଟିଂରେ ଭାରତର ବିପର୍ଯ୍ୟୟ ଘଟେ ତେବେ 8 ନମ୍ବରରେ ଅଶ୍ୱୀନୀ ବ୍ୟାଟିଂ ମଧ୍ୟ କରିପାରିବେ । ତେଣୁ ତାଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।
ଭାରତର ସମ୍ଭାବ୍ୟ ଏକାଦଶ:
ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ/ରବିଚନ୍ଦ୍ରନ ଅଶ୍ୱିନ।
ଇଂଲଣ୍ଡର ସମ୍ଭାବ୍ୟ ଏକାଦଶ:
ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋଶ ବଟଲର, ହ୍ୟାରୀ ବ୍ରୁକ/ମୋଇନ ଅଲୀ, ଲିଆମ ଲିଭଙ୍ଗଷ୍ଟୋନ, କ୍ରିକ୍ସ ୱକ୍ସ, ଡାଭିଡ ୱିଲୀ, ଗସ୍ ଅଟକିନସନ/ମାର୍କ ଉଡ ଓ ଆଦିଲ ରଶିଦ।












Click it and Unblock the Notifications