IND Vs AUS: କାଲି ବାଧକ ସାଝିବକି ବର୍ଷା ? କେମିତି ରହିଛି ଚେନ୍ନାଇର ପାଣିପାଗ

IND Vs AUS: ବିଶ୍ୱକପ୍ 2023 ରେ ଭାରତୀୟ ଦଳ 8 ଅକ୍ଟୋବରରେ ଅର୍ଥାତ୍ ରବିବାର ଦିନ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଚେପକ୍ ରେ ଆୟୋଜିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ ସମୟରେ ପାଣିପାଗର ଭୂମିକା ରହିଛି ଗୁରୁତ୍ୱପୂର୍ଣ୍ଣ । ବର୍ଷା ହେତୁ ଭାରତର ଉଭୟ ୱାର୍ମ ଅପ୍ ମ୍ୟାଚ୍ ବାତିଲ କରାଯାଇଥିଲା । ବିଶ୍ୱକପ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଅଭ୍ୟାସ ମ୍ୟାଚରେ ଖେଳିବାର ସୁଯୋଗ ପାଇ ନଥିଲା ।

Ind Vs AUS

ବର୍ଷା ହେବ କି ?

ବର୍ଷା ହେତୁ ଭାରତର ଉଭୟ ଅଭ୍ୟାସ ମ୍ୟାଚ୍ ଖେଳାଯାଇ ପାରିନଥିଲା । ଏଭଳି ପରିସ୍ଥିତିରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଚେନ୍ନାଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବ । କ୍ରିକେଟ୍ ପ୍ରେମୀ ପୁଣି ପାଗକୁ ନେଇ ଚିନ୍ତିତ ଅଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚକୁ ଖରାପ କରିପାରେ । କିନ୍ତୁ ଭଲ ଖବର ହେଉଛି ବର୍ଷାର ସମ୍ଭାବନା ବହୁତ କମ୍ । କିନ୍ତୁ ଏହି ସମୟରେ ସାମାନ୍ୟ ବର୍ଷା ହେବା ନେଇ ଆଶା କରାଯାଉଛି ।

କଣ କହୁଛି ପାଣିପାଗ ?

ପ୍ରଥମ ଇନିଂସରେ ବର୍ଷା ହେତୁ ଖେଳ କିଛି ସମୟ ପାଇଁ ବନ୍ଦ ହୋଇପାରେ କିନ୍ତୁ ଦ୍ୱିତୀୟ ଇନିଂସରେ ବର୍ଷା ହେବାର ସମ୍ଭାବନା ନାହିଁ । ଅକ୍ଟୋବର 8 ରେ, ଚେନ୍ନାଇ ସହରର ତାପମାତ୍ରା ଦିନରେ 34 ଡିଗ୍ରୀ ସେଲସିୟସ ଏବଂ ରାତିରେ 27 ଡିଗ୍ରୀ ସେଲସିୟସକୁ ଖସିଯିବ । ଦିନରାତି ଆକାଶ ଆଂଶିକ ମେଘୁଆ ରହିବ । ଦିନରେ ବର୍ଷା ହେବାର ସମ୍ଭାବନା 24% ଏବଂ ରାତିରେ 15% ରହିଛିନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+