Get Updates
Get notified of breaking news, exclusive insights, and must-see stories!

Ind Vs Aus: 'ଅଷ୍ଟ୍ରେଲିଆ କରିବ 450/2 ଆଉ ଭାରତ ...' ଫାଇନାଲକୁ ନେଇ ମିଚେଲ ମାର୍ଶଙ୍କ ଭବିଷ୍ୟବାଣୀ

Ind Vs Aus: ବିଶ୍ୱ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟର ଫାଇନାଲ କାଲି (ରବିବାର) ଖେଳାଯିବ । ଏହି ହେଭିୱେଟ୍ ମ୍ୟାଚ୍ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ - ଭାରତ ।

ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 70 ରନ୍ ବିଜୟ ସହ ଏପର୍ଯ୍ୟନ୍ତ ସମସ୍ତ 10 ଟି ମ୍ୟାଚ୍ ଜିତି ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି । ଅନ୍ୟପକ୍ଷରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଫାଇନାଲକୁ ଟିକେଟ୍ ପାଇଛି ।

ind vs aus

ଏହା ପୂର୍ବରୁ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ ଫଳାଫଳକୁ ନେଇ ପୂର୍ବାନୁମାନ କରିଥିଲେ । ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିବ ଏବଂ ଭାରତକୁ ନିଜ ମାଟିରେ ପରାସ୍ତ କରିବ ବୋଲି କହିଥିଲେ ମାର୍ଶ । ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ ଫାଇନାଲରେ ଅଷ୍ଟ୍ରେଲିଆ 450/2 ସ୍କୋର କରିବ ଏବଂ ଟାଇଟଲ ଜିତିବା ପାଇଁ ଭାରତକୁ 65 ରନରେ ଆଉଟ୍ କରି ଟାଇଟଲ୍ ହାତେଇବ ।

ବର୍ତ୍ତମାନ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବା ପରେ ମାର୍ଶଙ୍କ ଭବିଷ୍ୟବାଣୀ ଏବେ ଭାଇରାଲ ହେବାରେ ଲାଗିଛି । ମାର୍ଚ୍ଚ 2023 ମସିହାରେ ଦିଲ୍ଲୀ କ୍ୟାପିଟାଲ୍ ପୋଡକାଷ୍ଟରେ କହିଥିଲେ ଯେ 'ଅଷ୍ଟ୍ରେଲିଆ ଅପରାଜିତ ରହିବ ଏବଂ ଭାରତକୁ ପରାସ୍ତ କରିବ । ଫାଇନାଲରେ ଅଷ୍ଟ୍ରେଲିଆର ସ୍କୋର 450/2 ହେବ ଏବଂ ଭାରତ 65 ରନ୍ ରେ ଆଉଟ୍ ହେବ ।

2013 ଚାମ୍ପିଅନ୍ସ ଟ୍ରଫି ପରଠାରୁ ଭାରତ ନିକଟରେ କୌଣସି ଆନ୍ତର୍ଜାତୀୟ ଟାଇଟଲ୍ ନାହିଁ । ତେଣୁ ଏଥରକ ଫାଇନାଲରେ ପ୍ରବେଶ କରିବା ପରେ କୋଟି କୋଟି ଦେଶବାସୀଙ୍କ ଆଶା ବିଶ୍ୱକପ୍ ଉପରେ ରହିଛି । ତେବେ ଭାରତ, ଅଷ୍ଟ୍ରେଲିୟ ଦଳର ସମ୍ମୁଖୀନ ହେବ, ଯାହା କ୍ରମାଗତ ଆଠଟି ମ୍ୟାଚ୍ ଜିତିଛି ଏବଂ ଅଷ୍ଟମ ବିଶ୍ୱକପ୍ ଫାଇନାଲ୍ ଖେଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+