World Cup 2023: ଅତୁଟ ରହିବ ଇତିହାସ ! ଆୟୋଜକ ଦେଶ ହେବ ବିଶ୍ୱ ବିଜେତା ?
World Cup 2023: ଇତିହାସ ଦୋହରାଇବ କି ଭାରତ ? କ୍ରିକେଟ୍ ବିଶ୍ୱକପ୍ ରେ ଗତ ତିନୋଟି ସଂସ୍କରଣରେ ହୋଇଥିବା ଇତିହାସକୁ ଭାରତ ପୁଣି ଦୋହରାଇବ କି ? ଗତ ତିନୋଟି ସଂସ୍କରଣରେ ଆୟୋଜକ ଦେଶ ହିଁ ବିଶ୍ୱ ବିଜେତା ହୋଇ ଆସୁଛି । 2011 ରୁ 2019 ପର୍ଯ୍ୟନ୍ତ ଗତ ତିନୋଟି ବିଶ୍ୱକପ୍ ରେ ଆୟୋଜକ ଦଳ ହିଁ ବିଜୟୀ ହୋଇଛନ୍ତି । ଏଥର ମଧ୍ୟ ଭାରତ ଆୟୋଜକ ଦେଶ ହୋଇଥିବାରୁ ଏହି ଇତିହାସ ପୁଣି ଅତୁଟ ରହିବ ବୋଲି କ୍ରିକେଟ୍ ପ୍ରେମୀ ଆଶା କରୁଛନ୍ତି ।

2011 ରୁ ଆରମ୍ଭ ...
ପ୍ରଥମ ଥର ପାଇଁ ଭାରତ ଏବଂ ବାଂଲାଦେଶ ମିଳିତ ଭାବେ 2011 ଦିନିକିଆ ବିଶ୍ୱକପ୍ର ଆୟୋଜକ ଦେଶ ହୋଇଥିଲେ । ଉଭୟ ଦେଶକୁ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ଦେଇଥିଲା ଆଇସିସି । ଲିଗ୍ ପର୍ଯ୍ୟାୟରେ ବାଂଲାଦେଶର ଯାତ୍ରା ଶେଷ ହୋଇଥିବା ବେଳେ ଆଗକୁ ବଢିଚାଲିଥିଲା ଭାରତୀୟ ଟିମ୍ । ଶେଷରେ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଟିକେଟ୍ ପାଇଥିଲା ଧୋନିଙ୍କ ନେତୃତ୍ୱଧୀନ ଟିମ୍ ଇଣ୍ଡିଆ । ଫାଇନାଲରେ ଶ୍ରୀଲଙ୍କା ସହ ହୋଇଥିଲା ମହା ମୁକାବିଲା । ଶ୍ରୀଲଙ୍କାର 274 ଟାର୍ଗେଟକୁ ଅତି ସହଜରେ ହାସଲ କରିନେଇଥିଲା ଟିମ୍ ଇଣ୍ଡିଆ । ଫାଇନାଲରେ ଶ୍ରୀଲଙ୍କାକୁ 6 ଓ୍ୱିକେଟ୍ରେ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା ଟିମ୍ ଇଣ୍ଡିଆ । 2011 ରେ ଦିନିକିଆ କ୍ରିକେଟ୍ରେ ବିଶ୍ୱ ଚମ୍ପିଆନ୍ ହୋଇଥିଲା ଟିମ୍ ଇଣ୍ଡିଆ ।
2015 ରେ ପୁଣି ଜିତିଲା ଆୟୋଜକ -
2011 ପରେ 2015 ରେ ପୁଣି ଚାମ୍ପିୟନ ହୋଇଥିଲା ଆୟୋଜକ ଦେଶ । 2015 ଦିନିକିଆ ବିଶ୍ୱକପ୍ର ଆୟୋଜକ ଦେଶ ଥିଲେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଉଭୟ ଟିମ୍ ଦମଦାର ପ୍ରଦର୍ଶନ ବଳରେ ଫାଇନାଲରେ ଏଣ୍ଟ୍ରି କରିଥିଲେ । ଆଉ ଫାଇନାଲରେ ବାଜି ନେଇଥିଲା ଅଷ୍ଟ୍ରେଲିଆ ଦଳ । ନ୍ୟୁଜିଲାଣ୍ଡ ଟିମ୍କୁ 7 ଓ୍ୱିକେଟରେ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା କଙ୍ଗାରୁ ଟିମ୍ ।
2019 ର ବିଶ୍ୱ ବିଜେତା ଇଂଲଣ୍ଡ -
2011 ରୁ ଆରମ୍ଭ ହୋଇଥିବା ଟ୍ରେଣ୍ଡକୁ ବଜାୟ ରଖିଥିଲା ଆୟୋଜକ ଇଂଲଣ୍ଡ । 2019 ଦିନିକିଆ ବିଶ୍ୱକପ୍ରେ ଆୟୋଜକ ଥିଲା ଇଂଲଣ୍ଡ । ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟିମ୍ ନିଜ ଦମ୍ଦାର ପ୍ରଦର୍ଶନ ବଳରେ ଫାଇନାଲରେ ଏଣ୍ଟ୍ରି କରିଥିଲେ । କିନ୍ତୁ ଫାଇନାଲରେ ବର୍ଷା ସାଜିଥିଲା ବାଧକ । ନ୍ୟୁଜିଲାଣ୍ଡ ଦେଇଥିବା ଟାର୍ଗେଟ ଇଂଲଣ୍ଡ ହାସଲ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଶେଷରେ ମ୍ୟାଚ୍ଟି ଡ୍ର ରହିଥିଲା । ଆଉ ଶେଷରେ ସୁପର ଓଭର ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ସୁପର ଓଭରରେ ବି କୌଣସି ନିଷ୍କର୍ସ ବାହାରିପାରିନଥିଲା । ଶେଷରେ ମ୍ୟାଚ୍ରେ ବାଉଣ୍ଡ୍ରୀ କାଉଣ୍ଟ ନିୟମ ଅନୁସାରେ ଟିମ୍କୁ ଚମ୍ପିଆନ୍ ଘୋଷଣା କରାଯାଇଥିଲା ।
2023 ଦିନିକିଆ ବିଶ୍ୱକପ୍ -
ଆଜି ରହିଛି 2023 ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ । ଆଇସିସି ପକ୍ଷରୁ ଭାରତକୁ ଆୟୋଜନ ଦେଶ ଭାବେ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ସମସ୍ତ 10 ଟି ମ୍ୟାଚ୍ ଜିତି ଅପରାଜୟ ରହିଛି ରୋହିତ ବାହିନୀ । ତେବେ ଫାଇନାଲରେ ଅଷ୍ଟ୍ରେଲିଆ କୁ ହରାଇ ଭାରତୀୟ ଦଳ ଆୟୋଜକ ଦଳ ବିଶ୍ୱ ବିଜେତା ଟ୍ରେଣ୍ଡକୁ ବଜାୟ ରଖିବେ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications