World cup 2023: ପରାଜୟର ଧାରା ଭାଙ୍ଗିଲା ଅଂଲଣ୍ଡ, ନେଦରଲ୍ୟାଣ୍ଡକୁ 160 ରନରେ କଲା ପରାସ୍ତ
World cup 2023: ଚଳିତ ବିଶ୍ୱକପ୍ ରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେମିରୁ ବାଦ୍ ପଡ଼ିଛି ଇଂଲଣ୍ଡ ଦଳ । କିନ୍ତୁ ଏଥି ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଆଶାକୁ ଉଦଜୀବିତ କରିଛି ଦଳ । ଗତକାଲିର ମ୍ୟାଚରେ ଇଂଲଣ୍ଡ ଦଳ ନିଜର ପରାଜୟର ଧାରା ଭାଙ୍ଗିବା ସହ ପ୍ରତିପକ୍ଷ ନେଦରଲ୍ୟାଣ୍ଡକୁ 160 ରନରେ ପରାସ୍ତ କରିଛି । ଏହା ପରେ ଇଂଲଣ୍ଡ ମଧ୍ୟ ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ।

ଆଜିର ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି 339 ରନ୍ କରିଥିଲା । ଏହାର ଜବାବରେ ନେଦରଲାଣ୍ଡ ମାତ୍ର 179 ରନ୍ କରି 37.2 ଓଭରର ଅଲ୍ ଆଉଟ୍ ହୋଇଯାଇଥିଲା । ଏହି ପରାଜୟ ସହିତ ନେଦରଲାଣ୍ଡ ବିଶ୍ୱକପ୍ରୁ ବିଦା ହୋଇଛି ।
ଅନ୍ୟପଟେ ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲରେ ନମ୍ବର 7 ରେ ପହଞ୍ଚିବା ସହ 2025 ଚାମ୍ପିୟନ ଟ୍ରଫିରେ ଖେଳିବା ଆଶା ଉଜ୍ଜ୍ୱଳ ରଖିଛି । ନେଦର ଲାଣ୍ଡ ହାରିବା ପରେ ପଏଣ୍ଟ ଟେବୁଲର ଶେଷରେ ପହଞ୍ଚିଛି ।
ଟୁର୍ଣ୍ଣାମେଣ୍ଟରେ ଏବେ ବି ଚତୁର୍ଥ ସେମିଫାଇନାଲ୍ରେ ଖେଳାଯିବାର ଅଛି । ଏପର୍ଯ୍ୟନ୍ତ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଆୟୋଜକ ଇଣ୍ଡିଆ ନମ୍ବର ୱାନ୍ରେ ଥିବା ବେଳେ ଆଫ୍ରିକା ଦ୍ୱିତୀୟରେ ଏବଂ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଟକ୍କର ହେବ ।












Click it and Unblock the Notifications