World Cup 2023: ଆଜି କାହାର ମ୍ୟାଚ୍ ? ଇଂଲଣ୍ଡ ବିପକ୍ଷରେ ପଡ଼ି୍ଆକୁ ଓହ୍ଲାଇବ ଏହି ଦଳ
World Cup 2023: ଆଜି ବିଶ୍ୱକପରେ ଖେଳାଯିବ 13ତମ ମ୍ୟାଚ୍ । ଏହି ମ୍ୟାଚ୍ ରେ ପରସ୍ପରକୁ ଭେଟିବ ଇଂଲଣ୍ଡ ଏବଂ ଆଫଗାନିସ୍ତାନ । ଗୋଟିଏ ପଟେ ଇଂଲଣ୍ଡ ନିଜର ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ, ଅନ୍ୟପଟେ ଆଫଗାନିସ୍ତାନ ଏହି ବିଶ୍ୱକପରେ ନିଜର ସ୍ଥିତି ସୁଧାରିବାକୁ ଆହ୍ୱାନର ସମ୍ମୁଖୀନ ହେବ ।

ଦିଲ୍ଲୀର ଅରୁଣ ଜେଟଲୀରେ ଆୟୋଜିତ ହେବାକୁ ଥିବା ଆଜିର ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗ୍ରାଉଣ୍ଡରେ ବୋଲିଂ ହାରାହାରି ବିଶ୍ୱକପ୍ରେ ସବୁଠାରୁ ଖରାପ । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନର ବୋଲରମାନେ ଇଂଲଣ୍ଡ ପାଇଁ ଆହ୍ୱାନ ହୋଇପାରନ୍ତି । ଇଂଲଣ୍ଡ ବିଷୟରେ କହିବାକୁ ଗଲେ ସେମାନେ କେବଳ ଏହି ମ୍ୟାଚ୍ ଜିତି 2 ପଏଣ୍ଟ ପାଇବାକୁ ଚେଷ୍ଟା କରିବେ ନାହିଁ ବରଂ ସେମାନଙ୍କର ରନ୍ ରେଟ୍ ରେ ସୁଧାର ଆଣିବାକୁ ଚେଷ୍ଟା କରିବେ ।
ଏହି ମ୍ୟାଚ୍ ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଅପରାହ୍ନ 2 ଟାରୁ ଖେଳାଯିବ । ଆଜିର ପାଣିପାଗ ବିଷୟରେ କହିବାକୁ ଗଲେ ଏଠାରେ ତାପମାତ୍ରା ପ୍ରାୟ 34 ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ଅଛି ।












Click it and Unblock the Notifications