Get Updates
Get notified of breaking news, exclusive insights, and must-see stories!

World Cup 2023: ସେମି ଦୌଡ଼ରେ ଦୁଇ ଦଳ, ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ

World Cup 2023: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ସେମି ଫାଇନାଲରେ ନିଜ ନିଜର ସ୍ଥାନ ପକ୍କା କରିବା ପାଇଁ ଦଳମାନେ ଜୋରଦାର ପ୍ରୟାସ କରୁଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ସେମିରେ ନିଜ ନିଜର ସ୍ଥାନ ସଂରକ୍ଷିତ କରି ସାରିଥିବା ବେଳେ ଅନ୍ୟ ଦୁଇ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ।

australia

ଏଥି ମଧ୍ୟରେ ଆଜି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଆଜିର ମ୍ୟାଚ୍ ହାତେଇଲେ ଅଷ୍ଟ୍ରେଲିଆ ସିଧାସଳଖ ସେମିରେ ପ୍ରବେଶ କରିବ । ଅନ୍ୟପଟେ ଆଜିର ମ୍ୟାଚ ଜିତିଲେ, ଆଫଗାନିସ୍ତାନ ଦୁଇ ଦଳ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ ପଛରେ ପକାଇ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉଠିୁପାରିବ । ଯଦି ମ୍ୟାଚ୍ ହାରିଯାଏ, ତେବେ ସେମି ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ ପଡ଼ିବ ।

ଗୋଟିଏ ପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତିବା ଏବଂ ସେମିଫାଇନାଲରେ ନିଜର ସ୍ଥାନକୁ ପକ୍କା କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବା ବେଳେ ଆଫଗାନିସ୍ତାନ ଏହି ବିଶ୍ୱକପ୍‌ ସେମିକୁ ଆହୁରି ରୋଚକ କରିବାକୁ ଚେଷ୍ଟା କରିବ ।

ଅଷ୍ଟ୍ରେଲିଆ ବିଷୟରେ କହିବାକୁ ଗଲେ, 7 ଟି ମ୍ୟାଚରୁ 5 ଟି ଜିତି 10 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଏଭଳି ପରିସ୍ଥିତିରେ ଯଦି ସେ ଆଜିର ମ୍ୟାଚ୍ ଜିତେ ତେବେ ସେମିଫାଇନାଲରେ ତାଙ୍କର ସ୍ଥାନ ନିଶ୍ଚିତ ହେବ । 8 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଥିବା ଆଫଗାନିସ୍ତାନ ଯଦି ଏହା ଏହି ମ୍ୟାଚରେ ଜିତିବ ତେବେ ସେମିଫାଇନାଲରେ ପ୍ରବେଶ କରିପାରିବ ।

ଆପଣଙ୍କୁ କହି ରଖୁଛୁ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ମଧ୍ୟ 8 ଲେଖାଏଁ ପଏଣ୍ଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ତିନି ଦଳ ମଧ୍ୟରେ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାକୁ ଯୁଦ୍ଧ ଚାଲିଛି ।

ୱାନଖେଡେ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦ୍ରୁତ ବୋଲରମାନେ କିପରି ଭାବରେ ବୋଲିଂ କରିଥିଲେ, ଅଷ୍ଟ୍ରେଲିଆର ବୋଲରମାନେ ନିଶ୍ଚିତ ଭଲ ପ୍ରଦର୍ଶନ ଆଶା କରିବେ । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ଭଲ ଫର୍ମରେ ଅଛନ୍ତି, ତେଣୁ ଆଫଗାନିସ୍ତାନ ଦଳ ପାଇଁ ସମସ୍ୟା ହୋଇପାରନ୍ତି ।

ଆଫଗାନିସ୍ତାନ ଦଳ ବିଷୟରେ କହିବାକୁ ଗଲେ ଏହି ଦଳର ସ୍ପିନ୍ ବୋଲିଂ ଦୃଢ ରହିଛି । ଏପରି ପରିସ୍ଥିତିରେ, ଏଠାରେ ଥିବା ପିଚ୍ ନିଶ୍ଚିତ ଭାବରେ ସେମାନଙ୍କୁ କିଛି ସହାୟକ ହୋଇପାରେ । ଏଭଳି ପରିସ୍ଥିତିରେ ରସିଦ ଖାନ କଙ୍ଗାରୁ ଦଳ ପାଇଁ ଏକ ସମସ୍ୟା ହୋଇପାରନ୍ତି । କେବଳ ଭଲ ବୋଲିଂ ଆଧାରରେ ନୁହେଁ ବ୍ୟାଟିଂ ଆଧାରରେ ଆଫଗାନିସ୍ତାନ ଦଳ ଗତ କିଛି ମ୍ୟାଚ୍ ଜିତିଛି । ତେଣୁ ଅଷ୍ଟ୍ରେଲିଆ ଦଳ ଆଫଗାନିସ୍ତାନକୁ ହାଲୁକା ଭାବେ ନେଇ ପାରିବ ନାହିଁ ।

ଆଫଗାନିସ୍ତାନ ସମ୍ଭାବ୍ୟ ଏକାଦଶ

ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜଦ୍ରାନ, ରହମତ୍ ଶାହା, ହସମୁତୁଲ୍ଲା ସାହିଦି, ଆଜମାତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ, ମହମ୍ମଦ ନବୀ, ରସିଦ ଖାନ, ମୁଜିବ ଉର ରେହମାନ, ଫଜଲହକ୍ ଫାରୁକି, ନୁର ଅହମ୍ମଦ/ନବୀନ ଉଲ୍ ହକ୍

ଅଷ୍ଟ୍ରେଲିଆ ସାମ୍ଭାବ୍ୟ ଏକାଦଶ

ଡେଭିଡ୍‌ ୱାର୍ଣ୍ଣର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ମାର୍ନସ ଲବୁସାନ, ଜୋସ ଇଙ୍ଗଲିସ, ମିଚେଲ ମାର୍ସ/କାମେରନ ଗ୍ରିନ, ମାର୍କସ ଷ୍ଟୋଇନିସ, ପାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ, ଆଡ଼ାମ ଜାମ୍ପା, ଜୋସ ହାଜେଲଉଡ୍‌

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+