World Cup 2023: ଆଫଗାନିସ୍ତାନ ବନାମ ନେଦରଲ୍ୟାଣ୍ଡ, ଆଜିର ମ୍ୟାଚ୍ କିଏ ଜିତିଲା...
World Cup 2023: ବିଶ୍ୱକପରେ ଆଜିର ମ୍ୟାଚ୍ ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଆଫଗାନିସ୍ତାନ ନେଦରଲ୍ୟାଣ୍ଡକୁ 7 ୱିକେଟରେ ପରାସ୍ତ କରିଛି । 179 ରନ୍ ସ୍କୋର କରିବା ପରେ ନେଦରଲ୍ୟାଣ୍ଡ ଦଳ ଆଉଟ୍ ହୋଇଥିଲା । ହାତରେ 7 ୱିକେଟ୍ ରଖି ଆଫଗାନିସ୍ତାନ ଟାର୍ଗେଟ ହାସଲ କରିଛି ।

ଟସ୍ ଜିତିବା ପରେ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଥିଲା । ଓପନର୍ ବ୍ୟାଟ୍ସମ୍ୟାନ୍ ବାରେସି ମାତ୍ର 1 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଏହା ପରେ ଦ୍ୱିତୀୟ ୱିକେଟ୍ ରେ ମ୍ୟାକ୍ସ ଅଡୁଡ ଏବଂ ଆକ୍କର୍ମନଙ୍କ ଅର୍ଦ୍ଧ ଶତାବ୍ଦୀର ଭାଗିଦାରୀ ଦେଖିବାକୁ ମିଳିଥିଲା ।
ଏହି ସମୟରେ ଭଲ ବ୍ୟାଟିଂ କରୁଥିବା ମ୍ୟାକ୍ସ ମଧ୍ୟ ବ୍ୟକ୍ତିଗତ ସ୍କୋରରେ 42 ରନ୍ ସଂଗ୍ରହ କରିଥିଲେ । ଏହା ପରେ 29 ରନ୍ ସ୍କୋର କରି ଆକ୍କର୍ମନ୍ ଆଉଟ୍ ହୋଇଥିଲେ । ଏଙ୍ଗେଲବ୍ରେଚ୍ 58 ରନ୍ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ ।
ନେଦରଲ୍ୟାଣ୍ଡର ମଧ୍ୟମ ଅର୍ଡର ପର ଠାରୁ ଆଫଗାନିସ୍ତାନ ସ୍ପିନରଙ୍କ ବିପକ୍ଷରେ ଚିଷ୍ଠି ପାରିନଥିଲା । ମୋଟ୍ 179 ରନ୍ ସ୍କୋର କରି ପୁରା ଟିମ୍ ଆଉଟ୍ ହୋଇଥିଲେ । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ସର୍ବାଧିକ 3 ୱିକେଟ୍ ନେଇଥିଲେ ।
ଜବାବ ପାଳି ଖେଳି ଆଫଗାନିସ୍ତାନ ମାତ୍ର 3 ୱିକେଟ୍ ହରାଇ ମ୍ୟାଚ୍ ହାତେଇ ନେଇଥିଲା । ଦଳ ପକ୍ଷରୁ ସାହିଦି 56 ଓ ରହମତ ସାହା 52 ରନ୍ କରି ଦଳକୁ ଭଲ ସ୍ଥିତିକୁ ଆଣିଥିଲେ । ଓମରଜାଇ ଏବଂ ଜର୍ଦ୍ଦାନ କ୍ରମାଗତ ଭାବେ 31 ଓ 20 ରନ୍ ବ୍ୟକ୍ତିଗତ ସ୍କୋର କରିଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications