Get Updates
Get notified of breaking news, exclusive insights, and must-see stories!

Women's Asian Champions Trophy: ଜାପାନକୁ ଧୂଳି ଚଟାଇଲା ଭାରତୀୟ ମହିଳା ହକି ଦଳ, 4-0 ରେ ବିଜୟୀ

Women's Asian Champions Trophy: କ୍ରୀଡା ଜଗତରେ ଭାରତ ପାଇଁ ଆଉ ଏକ ଖୁସି ଖବର । ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ରେ ଭାରତୀୟ ଦଳ ଲଗାତାର ବିଜୟ ହାସଲ କରୁଥିବା ବେଳେ ଭାରତୀୟ ମହିଳା ହକି ଦଳ ରବିବାର ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନକୁ ପରାସ୍ତ କରିଛି ।

ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳ ଗତଥରର ଚାମ୍ପିୟନ ଜାପାନକୁ ହରାଇଛି । ଝାଡଖଣ୍ଡର ରାଞ୍ଚି ସ୍ଥିତ ମାରଙ୍ଗ ଗୋମକେ ଜୟପାଲ ସିଂ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଜାପାନକୁ 4-0ରେ ପରାସ୍ତ କରି ଟାଇଟଲ ଜିତିଛି ।

ndian womens hockey team

ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି 2023 ଜିତିବା ପରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ସବିତା ପୁନିଆ କହିଛନ୍ତି ଯେ ଆମେ ବର୍ତ୍ତମାନ ବହୁତ ଭଲ ଅନୁଭବ କରୁଛୁ । ଯେତେବେଳେ ଆମେ ଏଠାକୁ ଆସିଥିଲୁ ଆମେ ଟିକିଏ ବିବ୍ରତ ହୋଇଥିଲୁ କାରଣ ଜାପାନ ବହୁତ ଭଲ ଦଳ । ଜାପାନ ବହୁତ ଭଲ ଖେଳିଲା । ଅଧା ସମୟ ପରେ ଆମେ ଆକ୍ରମଣାତ୍ମକ ଖେଳିଲୁ ।

ଓପନିଂ କ୍ୱାର୍ଟରରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଏବଂ ଭାରତ ଅଧିକାଂଶ ବଲ ଦଖଲ କରିଥିଲା । ଜାପାନ କାଉଣ୍ଟର ଆଟାକ୍ ନେଇ ଅନେକ ପ୍ରୟାସ କରିଥିଲା ।

ମ୍ୟାଚ ଆରମ୍ଭରୁ ଶେଷ ଯାଏ ପୁରା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ଭାରତୀୟ ମହିଳା ଟିମ୍ । ଜାପାନକୁ କୌଣସି ପ୍ରକାର ସୁଯୋଗ ଦେଇନଥିଲା । ଟୁର୍ଣ୍ଣାମେଣ୍ଟର 7 ଟି 7 ଟି ଯାକ ମ୍ୟାଚ ଜିତି ବିରଳ ରେକର୍ଡ କରିଛି ଏହି ମହିଳା ଟିମ୍ । ପୁରା ପ୍ରତିଯୋଗିତାରେ 27ଟି ଗୋଲ୍ ଦେଇଥିବା ବେଳେ ମାତ୍ର 3ଟି ଗୋଲ୍ ଖାଇଛି ।

ରାଉଣ୍ଡ ପର୍ଯ୍ୟାୟରେ ମଧ୍ୟ ଭାରତ ସମସ୍ତ ପାଞ୍ଚଟି ମ୍ୟାଚ ଜିତି ଟେବୁଲ ଟପ୍ପର ରହିଥିଲା । ଅନ୍ୟପଟେ ଚୀନ 2-1 ଗୋଲରେ କୋରିଆକୁ ହରାଇଛି । ଟ୍ରଫି ଜିତିବା ପରେ ହକି ଇଣ୍ତିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ 3 ଲକ୍ଷ ଟଙ୍କା ଓ ଦଳର ସପୋର୍ଟ ଷ୍ଟାଫଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+