'ମିଥ୍ୟା ପ୍ରଚାର' କରୁଥିବା ଆଥଲେଟ୍ ଙ୍କ ବିରୋଧରେ ମାମଲା ରୁଜୁ କରିବ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ
ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ମାମଲାରେ ଡବ୍ଲୁଏଫ୍ଆଇ ଏକ ଏଫ୍ଆଇଆର୍ ରୁଜୁ କରିୁବାକୁ ପ୍ରସ୍ତୁତ ହେଉଛି ।

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ମାମଲାରେ ଡବ୍ଲୁଏଫ୍ଆଇ ଏକ ଏଫ୍ଆଇଆର୍ ରୁଜୁ କରିୁବାକୁ ପ୍ରସ୍ତୁତ ହେଉଛି । ମିଡିଆ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବାରଣ କରାଯିବା ପରେ ଏହି ପ୍ରତିବାଦ ହୋଇଥିବା ନେଇ ରେସଲିଂ ଫେଡେରେସନ୍ ସନ୍ଦେହ କରୁଛି । ଏହାକୁ ନେଇ ବର୍ତ୍ତମାନ ଅପ ପ୍ରଚାର କରାଯାଉଛି ।
ମିଳିଥିବା ଖବର ଅନୁସାରେ, WFI ଅନୁସାରେ ବିରୋଧ ପ୍ରଦର୍ଶନ କରୁଥିବା ଆଥଲେଟ ମାନେ ରେସଲରମାନଙ୍କୁ ଭୂଲ ସୂଚନା ଦେଇଛନ୍ତି । ଏହି ସମସ୍ତ କୁସ୍ତିଯୋଦ୍ଧାମାନେ ଉତ୍ତରପ୍ରଦେଶର ଗୋଣ୍ଡାଠାରେ ଏକ ଇଭେଣ୍ଟରେ ଅଂଶଗ୍ରହଣ କରିବାର ଥିଲା । ଏହି କାର୍ଯ୍ୟକ୍ରମ ରଦ୍ଦ କରାଯାଇଥିବା ନେଇ ବିରୋଧ ପ୍ରଦର୍ଶ କରୁଥିବା ଆଥଲେଟ୍ ମାନେ କୁସ୍ତି ଯୋଦ୍ଧାଙ୍କୁ କହି ଅପ ପ୍ରଚାର କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ ଭାରତୀୟ ରେସଲିଂ ଫେଡେରେଶନର ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗର ସାମ୍ନା କରୁଛନ୍ତି । ଅଲିମ୍ପିଆନ୍ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ବ୍ରିଜଭୂଷଣ ଶରଣ ସିଂହ ଆଗକୁ ଆସିବାକୁ ଆମେ ଅପେକ୍ଷା କରିଛୁ । ଆମେ ଆମର କ୍ୟାରିଅରକୁ ବିପଦରେ ପକାଇ ଏଠାକୁ ଆସିଛୁ । ଏହି ସଂଗ୍ରାମ ଆମର ଯୁବ କୁସ୍ତିମାନଙ୍କ ପାଇଁ, ଯେଉଁମାନେ କୁସ୍ତିର ଭବିଷ୍ୟତ । ପୁନିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଅମିତ ଶାହାଙ୍କ ଠାରୁ ବହୁତ ଆଶା ଅଛି ।












Click it and Unblock the Notifications