Get Updates
Get notified of breaking news, exclusive insights, and must-see stories!

50 ତମ ଶତକ ସହ ରଚିଲେ ରେକର୍ଡ; ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଏମିତି କହିଲେ ତେନ୍ଦୁଲକର

Virat Kohlii 50th Hundred: ବିଶ୍ଵକପରେ ଇତିହାସ ରଚିଛନ୍ତି ରନ୍ ମେସିନ୍ ବିରାଟ କୋହଲି । ଦିନିକିଆରେ 50 ତମ ଶତକ ହାସଲ କରିଛନ୍ତି କୋହଲି । ଏହା ସଚିନଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଶତକ ଅଛି । ଆଉ ବିଶ୍ଵକପରେ ସେ ଏହି ରେକର୍ଡ କରିଛନ୍ତି । 50 ଟି ଶତକରୁ ଶ୍ରୀଲଙ୍କା ବିରୋଧରେ ସର୍ବାଧିକ 10 ଟି ଶତକ ହାସଲ କରିଛନ୍ତି । ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ 50ତମ ଶତକ ହାସଲ କରିଛନ୍ତି ।

kohli-naveen patnaik

ଏହା ପୂର୍ବରୁ ଇଡେନ ଗାର୍ଡେନସରେ ସେ 49 ତମ ଦିନିକିଆ ଶତକ ହାସଲ କରିଥିଲେ । ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଥିଲା ବିରାଟ । ଏହି ରେକର୍ଡ ସହ ସେ ନିଜ ନାମକୁ ସ୍ଵର୍ଣ୍ଣ ଅକ୍ଷରରେ ଲେଖିଛନ୍ତି ।

ଏହା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ବିରାଟଙ୍କ ରେକର୍ଡ ପାଇଁ ଶୁଭେଛା ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱଟ୍ କରି ବିରାଟ କୋହଲିଙ୍କୁ ଶୁଭେଛା ଝଣାଇଛନ୍ତି । ନବୀନ ଲେଖିଛନ୍ତି, ICCCricketWorldCup23 ର ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲରେ ରେକର୍ଡ 50 ତମ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିବା ପାଇଁ ଅଭିନନ୍ଦନ । ନିଜର ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ । ବହୁତ ବହୁତ ଶୁଭେଚ୍ଛା ।

ସେହିପରି ଗଡ଼୍ ଅଫ୍ କ୍ରିକେଟ୍ କୁହାଯାଉଥିହବା ସଚିନ୍ ତେନ୍ଦୁଲକର ମଧ୍ୟ ଶୁଭେଛା ଜଣାଇଛନ୍ତି । ସଚିନ୍ ଟ୍ୱିଟରରେ ଲେଖିଛନ୍ତି, 'ପ୍ରଥମ ଥର ମୁଁ ଭାରତୀୟ ଡ୍ରେସିଂ ରୁମରେ ତୁମକୁ ଭେଟିଲି, ତୁମେ ଅନ୍ୟ ସାଥୀମାନଙ୍କୁ ମୋ ପାଦ ଛୁଇଁବାକୁ କହି ମଜା କରିଥିଲ । ମୁଁ ସେଦିନ ହସିବା ବନ୍ଦ କରି ପାରି ନଥିଲି । କିନ୍ତୁ ଶୀଘ୍ର, ତୁମେ ତୁମର ଆଗ୍ରହ ଏବଂ କୌଶଳ ସହିତ ମୋ ହୃଦୟକୁ ଛୁଇଁଲ । ମୁଁ ଏତେ ଖୁସି ଯେ ସେହି ଯୁବକଟି ଏକ 'ବିରାଟ' ଖେଳାଳିରେ ପରିଣତ ହୋଇଛି । ଜଣେ ଭାରତୀୟ ମୋର ରେକର୍ଡ ଭାଙ୍ଗିବା ଠାରୁ ଅଧିକ ଖୁସି ମୋ ପାଇଁ କିଛି ନୁହଁ । ଏପରିକି ସବୁଠାରୁ ବଡ ମଞ୍ଚରେ ବିଶ୍ୱକପ୍ ସେମିଫାଇନାଲରେ ଏବଂ ମୋ ହୋମ୍ ଗ୍ରାଉଣ୍ଡରେ ଏ ରେକର୍ଡ ମତେ ଖୁସି ବହୁଗୁଣିତ କରିଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+