ସୁପର ଓଭରରେ ବିରାଟଙ୍କ 'Moye Moye' ଡ୍ୟାନ୍ସ, ଦର୍ଶକ ବି କହିଲେ 'Moye Moye'...
Ind Vs Afg: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-20 ମ୍ୟାଚ୍ ଅତି ରୋମାଞ୍ଚକ ଭରା ଥିଲା । ତିନିଟି ଯାକ ମ୍ୟାଚ୍ ଜିତିବା ସହ ସିରିଜ କ୍ଲିନ୍ ସ୍ୱିପ୍ କରିନେଇଛି ଭାରତୀୟ ଦଳ ।

ଏହି ମ୍ୟାଚରେ ଦୁଇ ଦୁଇ ଥର ସୁପର ଓଭର ମ୍ୟାଚକୁ ଆହୁରି ରୋମାଞ୍ଚକ କରିଦେଇଥିଲା । ଏହା ସହ ସିରିଜ୍ର ଶେଷ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକି ଦର୍ଶକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା । ମ୍ୟାଚ ଚାଲିଥିବା ବେଳେ 'Moye Moye'ଗୀତରେ ବିରାଟଙ୍କ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।
ବୁଧବାର ଦିନ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଟି-20 ମ୍ୟାଚ୍ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ 212 ରନ୍ କରିବାରେ ସକ୍ଷମ ହୋଇଥିଲା । ଆଫଗାନିସ୍ତାନ ଟିମ୍ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରିହବା ସହ ମ୍ୟାଚ୍ କୁ ଟାଇ କରିଦେଇଥିଲେ । ମ୍ୟାଚର ଶେଷ ଓଭରରେ ଆବଶ୍ୟକ ଥିଲା 19 ରନ୍, ହେଲେ ଆଫଗାନିସ୍ତାନ ଟିମ୍ 18 କରିବାରେ ସକ୍ଷମ ହୋଇଥିଲା ।ଯାହାଫଳରେ ମ୍ୟାଚ୍ଟି ଟାଇ ହୋଇଥିଲା । ଆଉ ସୁପର ଓଭରରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା ।
ହେଲେ ଏହି ବିରତି ସମୟରେ ପଡିଆ ବାଜିଥିଲା 'Moye Moye' ଗୀତ । ଯେଉଁଥିରେ ବିରାଟ କୋହଲି ନାଚୁଥିବାର ଦେଖିବାକୁ ମିଳିଥିଲା । ଭିନ୍ନ ଏକ ଅନ୍ଦାଜରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଆଉ ସାଥିରେ ଥିବା ଖେଳାଳିମାନେ ଖୁବ୍ ମଜା ନେଉଥିବାର ଭିଡିଓ ସାମ୍ନାକୁ ଆସିଛି ।












Click it and Unblock the Notifications