ପୁଣି ପଡ଼ିଆ ମଝିରେ ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର, କଟିଲା ଶତ ପ୍ରତିଶତ ମ୍ୟାଚ୍ ଫି

kohli-gambhir

IPL 2023: ପଡ଼ିଆ ମଝିରେ ପୁଣି ମୁହାଁମୁହିଁ ହେଲେ ଦେଶର ଜଣାଶୁଣା କ୍ରିକେଟର କୋହଲି-ଗମ୍ଭୀର । ଦୁହିଁଙ୍କ ଝଗଡ଼ାର ସାଖି ରହିଲା ଶ୍ରୀ ଅଟଳ ବିହାରୀ ଷ୍ଟାଡିୟମ୍ । ଲକ୍ଷ୍ନୌ - ବାଙ୍ଗଲୋର ମ୍ୟାଚ୍ ରେ ଲକ୍ଷ୍ନୌ ହାରିବା ପରେ ଏଭଳି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ବାକି ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଥିଲା ।

ଆଇପିଏଲର ନିୟମ ଉଲ୍ଲଂଘନ କରିଥିବାରୁ ଉଭୟଙ୍କୁ ଜରିମାନା ମଧ୍ୟ କରାଯାଇଛି । ଉଭୟଙ୍କ ଶତ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି । ସେହିପରି ନବୀନ ଉଲ-ହକ୍‌ଙ୍କର 50 ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି ।

ସୋମବାର ବାଙ୍ଗଲୋର ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍ । ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ 18 ରନରେ ହରାଇଥିଲା ବାଙ୍ଗଲୋର । ମ୍ୟାଚ୍ ଜିତିବାକୁ ବେଙ୍ଗାଳୁରୁ ଟିମ୍ ଲକ୍ଷ୍ନୌକୁ 127 ରନର ଟାର୍ଗେଟ୍ ଦେଇଥିଲା, କିନ୍ତୁ 108 ରନ କରି ହାରିଥିଲା ଲକ୍ଷ୍ନୌ ଦଳ ।

ମ୍ୟାଚ୍ ପରେ ସମସ୍ତ ଖେଳାଳି ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ କୌଣସି କାରଣକୁ ନେଇ ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ବିରାଟ ଓ ଗୌତମଙ୍କ ମଧ୍ୟରେ ଜୋରଦାର ଝଗଡ଼ା ବେଳେ ଖେଳାଳି ଓ ଷ୍ଟାଫ୍‌ ଆସି ମିଂମାସା କରିଥିଲେ । ଉଭୟ ଉଭୟଙ୍କ ଦୋଷ ସ୍ୱୀକାର କରିଛନ୍ତି ।

ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ । ଏବେ ଗମ୍ଭୀର ଲକ୍ଷ୍ନୌ ସୁରପର ଜିଆଣ୍ଟ୍ସର ମେଣ୍ଟର ଅଛନ୍ତି । ପୂର୍ବରୁ ବେଙ୍ଗାଳୁରୁ ଟିମ୍‌ର କ୍ୟାପଟେନ୍ ଥିଲେ କୋହଲି ।

ଉଲ୍ଲେଖଯୋଗ୍ୟ, 10 ବର୍ଷ ପୂର୍ବରୁ 2013 ମସିହାରେ ଆଇପିଏଲ୍ ମ୍ୟାଚ୍ ସମୟରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଜୋରଦାର ବାକ୍-ଯୁଦ୍ଧ ହୋଇଥିଲା । ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିବା ବେଳେ ବିରାଟ୍ ଆରସିବିର କ୍ୟାପଟେନ୍ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+