ଶୁବମନଙ୍କ ସ୍ଥାନ ନେଇପାରନ୍ତି ଏହି ଦୁଇ ଖେଳାଳି, ଚର୍ଚ୍ଚାରେ ରହିଛି ଏହି ଖେଳାଳିଙ୍କ ନାଁ
ବିଶ୍ୱକପ୍ 2023 ରେ ଭାରତ ଏହାର ପ୍ରଥମ ମ୍ୟାଚରେ ବାଜି ମାରିଛି । କିନ୍ତୁ ମ୍ୟାଚ୍ ସମୟରେ ବ୍ୟାଟିଂ ପ୍ରଦର୍ଶନ ସମସ୍ତଙ୍କୁ ଚକ୍କିତ କରିଦେଇଥିଲା । ଯଦିଓ ରୋହିତ୍ ବାହିନୀ ପ୍ରଥମ ମ୍ୟାଚ୍ ହାତେଇବାରେ ସଫଳ ହୋଇଛନ୍ତି ତଥାପି ଓପନିଂ ଅର୍ଡରକୁ ନେଇ ଚିନ୍ତାରେ ଦଳ ।

ଏଥି ମଧ୍ୟରେ ଭାରତର ଓପନର୍ ଶୁବମନ୍ ଗିଲ୍ ଡେଙ୍ଗୁରେ ପିଡ଼ିତ । ଏହି ସମୟରେ ବରିଷ୍ଠ ଚୟନ କମିଟି ଖୁବ୍ ଶୀଘ୍ର ଶୁବମନ ଗିଲଙ୍କ ବିଷୟରେ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଡେଙ୍ଗୁରେ ପୀଡିତ ଗିଲ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ଏପରିକି ଏହା ପରେ ସେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ମଧ୍ୟ ବାହାରେ ରହିପାରନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ଆଣିବାକୁ ପଡିବ ।
ରିପୋର୍ଟ ଅନୁଯାୟୀ ଗିଲ୍ ସୁସ୍ଥ ହେବା ପାଇଁ ଏକ ସପ୍ତାହରୁ ଅଧିକ ସମୟ ଲାଗିବ । ଚୟନ କମିଟି ବର୍ତ୍ତମାନ ଶୁବମନଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଆଣିବା ନେଇ ଆଲୋଚନା କରିପାରନ୍ତି । ଶୁବମନଙ୍କ ସ୍ଥାନରେ କାହାକୁ ନିଆଯିବ ସେ ନେଇ ମଧ୍ୟ ଆଲୋଚନା କରିବାକୁ ପଡିବ । ଏ ବାବଦରେ ବୁଧବାର ନିଷ୍ପତ୍ତି ନିଆଯାଇପାରେ ।
ଯଦି ଟିମ୍ ମ୍ୟାନେଜମେଣ୍ଟ ଶୁବମନଙ୍କ ସ୍ଥାନରେ ଦଳରେ ଅନ୍ୟ ଖେଳାଳି ଚାହୁଁଛି, ତେବେ ଯଶସ୍ୱୀ ଜୈସୱାଲ ଏବଂ ଋତୁରାଜ ଗାୟକୱାଡଙ୍କୁ କଭର ଟିମ୍ ରେ ସାମିଲ୍ କରାଯାଇପାରେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications