Get Updates
Get notified of breaking news, exclusive insights, and must-see stories!

ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଏହି ଖେଳାଳି ହେଲେ ଡେଙ୍ଗୁ ଆକ୍ରାନ୍ତ

ଆରମ୍ଭ ହୋଇଯାଇଛି କ୍ରିକେଟ୍ ବିଶ୍ୱକପ୍ 2023 । ରବିବାର ଦିନ ଭାରତ ଏହାର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଟିମ୍ କି ଲାଗିଛି ବଡ଼ ଝଟକା । ଶୁବମନ୍ ଗିଲଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତା ବଢାଇ ଦେଇଛି । ସେ ଡେଙ୍ଗୁ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଫର୍ମରେ ଥିବା ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଭାରତୀୟ ଦଳର ଚିନ୍ତା ବଢିଯାଇଛି । ଏହି ବ୍ୟାଟ୍ସମ୍ୟାନ୍ ରବିବାର ମ୍ୟାଚରେ ଖେଳିବା ନେଇ ସନ୍ଦେହ ଉପୁଜିଛି । ଗିଲ୍ ଆଉଟ୍ ହୋଇଥିଲେ ଇଶାନ୍ କିଶାନ୍ ଓପନିଂ କରିବାକୁ ଲାଇନରେ ରହିପାରନ୍ତି ।

Shubman gill

ଦିନିକିଆ ରେ ଭାରତର ବ୍ୟାଟ୍ସମ୍ୟାନ୍ ଗିଲ୍ ଜ୍ୱରରେ ପୀଡିତ ଅଛନ୍ତି । ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ଶୁକ୍ରବାର ଦିନ ଡେଙ୍ଗୁ ପରୀକ୍ଷା କରାଯିବ ବୋଲି ଜଣାଯାଇଛି । ବିସିସିଆଇ ସୂତ୍ର ପିଟିଆଇକୁ କହିଛି, ଚେନ୍ନାଇରେ ଅବତରଣ କରିବା ପରେ ଶୁବମନଙ୍କୁ ଭୀଷଣ ଜ୍ୱର ହୋଇଛି ।

ଶୁକ୍ରବାର ଦିନ ତାଙ୍କର ଆଉ କିଛି ଟେଷ୍ଟ୍ ହେବ । ଏହା ପରେ ଓପନିଂ ମ୍ୟାଚ୍ ରେ ତାଙ୍କର ଖେଳଇବା ନେଇ ନିଷ୍ପତ୍ତି ନିଆଯିବ ।

କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଗିଲଙ୍କୁ ଡେଙ୍ଗୁ ପରୀକ୍ଷା କରାଯାଉଛି ଏବଂ ତେଣୁ ସେ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ । ଡେଙ୍ଗୁ ରୋଗୀଙ୍କ ଶାରୀରିକ ପୁନରୁଦ୍ଧାର ଭିନ୍ନ ଭିନ୍ନ ହୋଇଥାଏ ଏବଂ ସାଧାରଣତଃ ସେମାନଙ୍କୁ ଭଲ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ 7-10 ଦିନ ଲାଗେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+