Get Updates
Get notified of breaking news, exclusive insights, and must-see stories!

T 20 World Cup 2024: ସ୍ଥିର ହେଲା ତାରିଖ ଓ ସ୍ଥାନ, ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍

T 20 World Cup 2024 : ଟି -20 ପୁରୁଷ ବିଶ୍ୱକପ୍ 2024 ପାଇଁ ଧାର୍ଯ୍ୟ ହେଲା ତାରିଖ । ପୁରୁଷ ଟି -20 ବିଶ୍ୱକପ ଆସନ୍ତା ବର୍ଷ 2024 ରେ ଜୁନ୍ 4 ରୁ ଜୁନ୍ 30 ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର 10 ଟି ସ୍ଥାନରେ ଖେଳାଯିବ । ଏଥର ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଏହି ବିଶ୍ୱକପ୍ ଆୟୋଜନ କରିବେ ।

T 20 world cup

ଏହି ସପ୍ତାହରେ ଆଇସିସି ଦଳ ଯୁକ୍ତରାଷ୍ଟ୍ରର କେତେକ ସର୍ଟଲିଷ୍ଟ ସ୍ଥାନ ଯାଞ୍ଚ କରିଥିଲେ, ଯାହା ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ବିଶ୍ୱ କ୍ରିକେଟ୍ ଇଭେଣ୍ଟ ଆୟୋଜନ କରିବ । ଏଥିମଧ୍ୟରେ ଫ୍ଲୋରିଡାର ଲାଉଡରହିଲ ଅନ୍ତର୍ଭୁକ୍ତ, ଯାହା ପୂର୍ବରୁ ଆନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିସାରିଛି ।

ମୋରିସଭିଲ୍ ଏବଂ ଡାଲାସ୍ ବର୍ତ୍ତମାନ ଆମେରିକାରେ ମେଜର ଲିଗ୍ କ୍ରିକେଟ୍ ର ଉଦଘାଟନା ସଂସ୍କରଣର ଆୟୋଜନ କରୁଛନ୍ତି । ଡାଲାସ୍ (ଗ୍ରାଣ୍ଡ୍ ପ୍ରେରି ଷ୍ଟାଡିୟମ୍), ମୋରିସଭିଲ୍ (ଚର୍ଚ୍ଚ ଷ୍ଟ୍ରିଟ୍ ପାର୍କ) ଏବଂ ନ୍ୟୁୟର୍କ (ବ୍ରୋନକ୍ସର ୱାନ୍ କର୍ଟଲ୍ୟାଣ୍ଡ ପାର୍କ) ରେ ଥିବା ଗ୍ରାଉଣ୍ଡଗୁଡିକ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ଥାନ ସ୍ଥିତି ପାଇ ନାହାଁନ୍ତି, ଯାହା ଆଇସିସି ନିୟମ ଅନୁଯାୟୀ ବାଧ୍ୟତାମୂଳକ ଅଟେ । ଆସନ୍ତା କିଛି ମାସ ମଧ୍ୟରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଡି) ଏବଂ ୟୁଏସ୍ କ୍ରିକେଟ୍ (USAC) ର ମିଳିତ ସହଯୋଗରେ ଆଇସିସି ଏହି ସ୍ଥାନଗୁଡିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ ।

ଆପଣଙ୍କୁ କହି ରଖୁଛୁ ଆଇସିସିର ସର୍ତ୍ତ ଅନୁଯାୟୀ ଏହି ସପ୍ତାହରେ ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ଟି -20 ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ପୂର୍ବ ଏସିଆ-ପାସିଫିକ୍ ଯୋଗ୍ୟତା ପର୍ଯ୍ୟାୟରେ ପାପୁଆ ନ୍ୟୁ ଗିନି ଶୀର୍ଷରେ ଥିବାବେଳେ ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡ ୟୁରୋପ ଜୋନ୍ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରିଛି । ଆସନ୍ତା ମାସରେ ଆମେରିକା (ଗୋଟିଏ ସ୍ପଟ୍), ଆଫ୍ରିକା (ଦୁଇଟି ସ୍ପଟ୍) ଏବଂ ଏସିଆ (ଦୁଇଟି ସ୍ପଟ୍) ଅଞ୍ଚଳର ଯୋଗ୍ୟତା ନିର୍ଣ୍ଣୟ କରାଯିବ ।

ଆୟୋଜକ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ବ୍ୟତୀତ ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି 2024 ଟି -20 ବିଶ୍ୱକପ୍ ରେ ପହଞ୍ଚିଛନ୍ତି ।

2024 ଟି -20 ବିଶ୍ୱକପରେ ମୋଟ 20 ଟି ଦଳ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ 15 ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି । ବର୍ତ୍ତମାନ କେବଳ ପାଞ୍ଚଟି ସ୍ଥାନ ଖାଲି ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+