ଟି -20 ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେ ବୁମରା-ହର୍ଷଲ
ଟି -20 ବିଶ୍ୱକପ 2022 ପାଇଁ 15 ଜଣିଆ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଦଳ । ଉପ ଅଧିନାୟକ ରହିବେ କେ.ଏଲ୍ ରାହୁଲ ।
ନୂଆଦିଲ୍ଲୀ : ଟି -20 ବିଶ୍ୱକପ 2022 ପାଇଁ 15 ଜଣିଆ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଦଳ । ଉପ ଅଧିନାୟକ ରହିବେ କେ.ଏଲ୍ ରାହୁଲ । ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ଦଳରୁ ବାଦ ପଡ଼ିଛନ୍ତି । ଶାମିଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି । ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏସିଆ କପ୍ 2022 ସମୟରେ ଆହତ ହୋଇଥିବା ଅଲରାଉଣ୍ଡର ଜାଡେଜା ମଧ୍ୟ ଦଳରେ ସୁଯୋଗ ପାଇନାହାଁନ୍ତି । ଦୁଇ ୱିକେଟ୍ କିପର ରିଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ଦଳରେ ସ୍ଥାନ ପାଇଥିବାବେଳେ ଭାରତୀୟ ଦଳ ଚାରି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂଙ୍କ ସହ ଅଷ୍ଟ୍ରେଲିଆ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ 4 ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି । ଏଥିମଧ୍ୟରେ ମହମ୍ମଦ ଶାମି, ଶ୍ରେୟସ୍ ଆୟର୍, ରବି ବିଷ୍ଣୋଇ ଏବଂ ଦୀପକ ଚହର ଅଛନ୍ତି ।
ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), କେ.ଏଲ. ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ଼ା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।
ଷ୍ଟାଣ୍ଟବାଇ ଖେଳାଳି - ମହମ୍ମଦ ଶାମି, ଶ୍ରେୟାସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।












Click it and Unblock the Notifications