2024 ଟି-20 ବିଶ୍ୱକପ୍: ଅଧିନାୟକ ପଦ ପାଇଁ ଦାଦାଙ୍କ ପ୍ରଥମ ପସନ୍ଦ ଏହି ଖେଳାଳି
ଦିନିକିଆ କ୍ରିକେଟ୍ ବିଶ୍ୱକପ୍ 2023 ସରିଛି । ଏଥିରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ କ୍ରିକେଟ୍ ପ୍ରେମୀଙ୍କୁ ଏହା ବେଶ୍ ଦୁଃଖିତ କରିଛି । ଏହା ପରେ ବର୍ତ୍ତମାନ 2024 ଟି-20 ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ତେବେ ଟି-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ କିପରି ରହିବ, କାହା ଅଧିନାୟକତ୍ୱରେ ଦଳ ଖେଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏ ନେଇ ବିସିସିଆଇର ରଣନୀତି ଜାରି ରହିଛି । ଅଧିନାୟକ ରେସ୍ରେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ ଅଛନ୍ତି । କିନ୍ତୁ ଏସବୁ ଭିତରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।
ସେ କହିଛନ୍ତି ଯେ, ଆଗାମୀ ଟି-20 ବିଶ୍ୱକପ୍ରେ ଅନ୍ୟ ଖେଳାଳିଙ୍କୁ ଅଧିନାୟକ କରିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ବାଦ୍ ଦେଇ କେବଳ ରୋହିତ ଶର୍ମାଙ୍କୁ ହିଁ ଅଧିନାୟକ ଦାୟିତ୍ୱ ଦେବା ଉଚିତ୍ । ବର୍ତ୍ତମାନ ସମୟରେ ଅଧିନାୟକ ପଦ ପାଇଁ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ନାହାଁନ୍ତି । କାରଣ ନିକଟରେ ରୋହିତଙ୍କ ଅଧିନାୟକରେ ଦିନିକିଆ ବିଶ୍ୱକପ୍ର ଲଗାତର 10ଟି ମ୍ୟାଚ୍ ଭାରତୀୟ ଟିମ୍ ଜିତିଥିଲା । ତାହା ପୁଣି ସମସ୍ତ ବିରୋଧୀ ଦଳଙ୍କ ଉପରେ ପ୍ରଭାବ ବିସ୍ତାର କରି ବିଜୟୀ ହୋଇଥିଲା । ଦଳ ଫାଇନାଲ ହାରିଛି ସତ, କିନ୍ତୁ ଦଳ ଖରାପ ଖେଳିନାହିଁ । ହୁଏତ ସେଦିନ ଭାରତୀୟ ଦଳ ପାଇଁ ଭଲ ସମୟ ନଥିଲା । ଆଉ ଟସ୍ ବି ଦଳ ସପକ୍ଷରେ ଯାଇନଥିଲା । ଯାହାଫଳରେ ଦଳ ଫାଇନାଲରେ ପରାଜିତ ହୋଇଥିଲା ।
ବିଶ୍ୱକପ୍ ପର ଠାରୁ ରୋହିତ ଶର୍ମା ବିଶ୍ରାମ ନେଇଛନ୍ତି । ଯେତିକି ବିଶ୍ରାମ ନେବାର ଅଛି ନିଅନ୍ତୁ । ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ବି ମିଳୁଛି । କିନ୍ତୁ ଟି-20 ବିଶ୍ୱକପ୍ରେ ରୋହିତ ଅଧିନାୟକ କରିବା ଉଚିତ୍ । ସେହିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଟି-20ରୁ ବିଶ୍ରାମ ଦେବା କଥା ମୁଁ ଶୁଣିଛି । କିନ୍ତୁ ଏହା ଉଚିତ୍ ନୁହେଁ । ଉଭୟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ରୋହିତ-ବିରାଟଙ୍କ ପରି ମ୍ୟାଚ୍ ଓ୍ୱିନର ଆମକୁ ଆଜିକା ଦିନରେ ମିଳିବନାହିଁ । ତେଣୁ ସେମାନେ ଆଗାମୀ ଟି-20 ବିଶ୍ୱକପ୍ ଖେଳିବା ଉଚିତ୍ । ଯାହାଦ୍ୱାରା କି ଟୁର୍ଣ୍ଣାମେଣ୍ଟରେ ଆମ ଦଳକୁ ବି ଫାଇଦା ହେବ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications