IPL 2023 : ପ୍ରତିଶୋଧ ନେଲା ହାଇଦ୍ରାବାଦ, ଦିଲ୍ଲୀକୁ 9 ରନରେ ହରାଇଲା ଦଳ

DC vs SRH : ଗତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟର ପ୍ରତିଶୋଧ ନେଇଛି ହାଇଦ୍ରାବାଦ । ଗତକାଲିର ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଛି ହାଇଦ୍ରାବାଦ । ମ୍ୟାଚର ଅତି ନିକଟତର ହୋଇ ମଧ୍ୟ ଦିଲ୍ଲୀ ମ୍ୟାଚ୍ ଜିତିବା ପାରି ନଥିଲା । ଦିଲ୍ଲୀ 20 ଓଭରରେ ମାତ୍ର 188 ରନ୍ ସଂଗ୍ରହ କରିଥିଲେ ମଧ୍ୟ 9 ରନରେ ମ୍ୟାଚ୍ ହାରିଯାଇଥିଲା ।
ହାଇଦ୍ରାବାଦର 198 ରନ୍ର ଟାର୍ଗେଟକୁ ପିଛା କରି ଦିଲ୍ଲୀର ପ୍ରଦର୍ଶନ ଆରମ୍ଭରୁ ହିଁ ଖରାପ ଥିଲା । ଦଳର ଅଧିନାୟକ ଡେଭିଡ ୱାର୍ଣ୍ଣର ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ । ଏହା ପରେ ମିଚେଲ ମାର୍ଶ ଏବଂ ଫିଲିପ ସଲ୍ଟ ଦଳ ଖାତାରେ 112 ରନ୍ ଯୋଡ଼ିଥିଲେ । ତଥାପି ଦିଲ୍ଲୀ ଦଳ ମ୍ୟାଚ ହାତେଇପାରି ନଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ 20 ଓଭରରେ 6 ଟି ୱିକେଟ୍ ହରାଇ 197 ରନ୍ ସଂଗ୍ରହ କରିଥିଲା । ଅଭିଷେକ ଶର୍ମା ଏବଂ ହେନ୍ରିଚ୍ କ୍ଲାସେନ୍ ହାଇଦ୍ରାବାଦ ପକ୍ଷରୁ ଧମାକାଦାର ବ୍ୟାଟିଂ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ ।












Click it and Unblock the Notifications