Get Updates
Get notified of breaking news, exclusive insights, and must-see stories!

ବକ୍ସିଂରୁ ଅବସର ଘୋଷଣା କଲେ ଛଅ ଥର ବିଶ୍ୱ ଚାମ୍ପିଅନ୍ ମେରି କମ୍

ନୂଆଦିଲ୍ଲୀ: ବକ୍ସିଂରୁ ଅବସର ଘୋଷଣା କଲେ ମେରି କମ୍ । ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା 2012 ଅଲିମ୍ପିକ୍ ପଦକ ବିଜେତା ମଙ୍ଗଟେ ଚୁଙ୍ଗନେଜାଙ୍ଗ ମେରି କମ୍ ବୁଧବାର ବକ୍ସିଂରୁ ଅବସର ଘୋଷଣା କରିଛନ୍ତି ।

Mary Kom

ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ 40 ବର୍ଷ ବୟସ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦେଇଥାଏ । ମେରିଙ୍କୁ ବର୍ତ୍ତମାନ 41 ବର୍ଷ ହୋଇଥିବାରୁ ସେ ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ, ଯେଉଁଥିପାଇଁ ସେ ଅବସର ଘୋଷଣା କରିଛନ୍ତି ।

'ଏବେ ମଧ୍ୟ ମୋର ପ୍ରତିଯୋଗିତା କରିବାକୁ ଆଗ୍ରହ ରହିଛି କିନ୍ତୁ ଦୁର୍ଭାଗ୍ୟବଶତଃ ବୟସ ସୀମା ହେତୁ ଏହା ସମାପ୍ତ ହୋଇଛି ମୁଁ କୌଣସି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ । ମୁଁ ଅଧିକ ଖେଳିବାକୁ ଚାହେଁ କିନ୍ତୁ ମୋତେ ବୟସ ସୀମା ହେତୁ ଛାଡିବାକୁ ବାଧ୍ୟ ହେଉଛି । ମୋତେ ଅବସର ନେବାକୁ ପଡିବ । ତେବେ ମୁଁ ମୋର ଜୀବନରେ ସବୁକିଛି ହାସଲ କରିଛି ବୋଲି ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ।'

ମେରି ବକ୍ସିଂ ଇତିହାସରେ ପ୍ରଥମ ମହିଳା ବକ୍ସର ଯିଏକି 6 ଟି ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତି । ପାଞ୍ଚ ଥର ଏସୀୟ ଚାମ୍ପିଅନ୍ ଭାରତର ପ୍ରଥମ ମହିଳା ବକ୍ସର ଭାବରେ 2014 ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଏହା ସହ ମେରି କମ୍ ଲଣ୍ଡନ 2012 ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ଯାହା ଫଳରେ ସେ ସମସ୍ତ ବର୍ଗର ଟାଇଟଲ୍ ହାସଲ କରିଥିଲେ । ସେ ପେନସିଲଭାନିଆର ସ୍କ୍ରାଣ୍ଟନରେ ଅନୁଷ୍ଠିତ ଉଦ୍ଘାଟନୀ ବିଶ୍ୱକ୍ରୀଡ଼ାରେ 18 ବର୍ଷ ବୟସରେ ନିଜକୁ ବିଶ୍ୱ ସହିତ ପରିଚିତ କାରାଇଥିଲେ ।

ଆଗାମୀ ବର୍ଷରେ, ସେ ପ୍ରଥମ ଭାରତୀୟ ହୋଇ AIBA ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ 2005, 2006, 2008 ଏବଂ 2010 ସଂସ୍କରଣରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+