Get Updates
Get notified of breaking news, exclusive insights, and must-see stories!

ଦିନିକିଆରେ ନମ୍ବର 1 ଗିଲ୍ ଓ ସିରାଜ, 950 ଦିନ ପରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମୁକୁଟ ହାରଇଲେ ବାବର

ଚଳିତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଏକ ନମ୍ବରରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଜିତ୍ ହାସଲ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଏହାସହ ଏଥି ମଧ୍ୟରେ ଭାରତୀୟ ଖେଳାଳିଙ୍କୁ ମିଳିଛି ଆଉ ଏକ ପଦ ।

gill - siraj

ଭାରତୀୟ ଯୁବ ବ୍ୟାଟର୍‌ ଶୁବମନ୍‌ ଗିଲ୍‌ ଦିନିକିଆ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଆନ୍ତର୍ଜାତିକ ଦିନିକିଆ ମାନ୍ୟତାରେ ବହୁତ ଦିନ ପର୍ଯ୍ୟନ୍ତ 2 ନମ୍ବର ସ୍ଥାନରେ ରହିଆସୁଥିବା ଗିଲ୍‌, ବର୍ତ୍ତମାନ ପାକିସ୍ତାନର ବାବର ଆଜମଙ୍କ ଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମୁକୁଟ ଛଡ଼ାଇ ଆଣିଛନ୍ତି । ଏହା ଫଳରେ ଗିଲ୍‌ ଚତୁର୍ଥ ଭାରତୀୟ ଭାବେ 1 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି 1 ନମ୍ବର ବ୍ୟାଟର୍‌ ହୋଇସାରିଛନ୍ତି ।

ସେହିପରି ବିଶ୍ୱର ଶ୍ରେଷ୍ଠ ବୋଲର ମାନ୍ୟତା ପାଇଛନ୍ତି ମହମ୍ମଦ ସିରାଜ । ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍‌ ଟେନ୍‌ରେ ସିରାଜଙ୍କ ବ୍ୟତୀତ କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ମଧ୍ୟ ରହିଛନ୍ତି । ଅଲରାଉଣ୍ଡର ରାଙ୍କିଙ୍ଗର 10ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି ।

ଏହି ଡାହାଣହାତୀ ବ୍ୟାଟର ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ବିପକ୍ଷରେ 92 ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ 23 ରନ୍ କରି ଛଅ ପାଳିରୁ ମୋଟ 219 ରନ୍ ସଂଗ୍ରହ କରି ନିଜର ଦକ୍ଷତାର ପରିଚୟ ଦେଇଛନ୍ତି । ବାବର ବିଶ୍ବକପରେ ଆଠଟି ଇନିଂସରୁ 282 ରନ୍ ସଂଗ୍ରହ କରି ଗିଲଙ୍କ ଠାରୁ ଛଅ ରେଟିଂ ପଏଣ୍ଟ୍ ପଛରେ ରହି ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି । ଏହି କ୍ରମରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ଅଛନ୍ତି ।

ପ୍ରଥମଥର ପାଇଁ ଆଇସିସି ବ୍ୟାଟିଂ ଓ ବୋଲିଂ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଦୁଇ ଯୁବ ଭାରତୀୟ ରହିବାର ରେକର୍ଡ କରିଛନ୍ତି । ପୂର୍ବରୁ କେବେ ହେଲେ ଏପରି ଯୁଗଳବନ୍ଦୀ ଦେଖିବାକୁ ମିଳି ନଥିଲା ।

ଅନ୍ୟପକ୍ଷରେ ଏଯାଏ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ମଧ୍ୟ ପୂର୍ବଭଳି ଦିନିକିଆ, ଟେଷ୍ଟ, ଟି-20ରେ ମଧ୍ୟ 1ନଂ ସ୍ଥାନରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+