ଶୁବମନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ଏହି ଦଳ ବିପକ୍ଷରେ କରିପାରନ୍ତି ଓପନିଂ

Shubman Gill health Update: ବିଶ୍ୱକପ୍‌ 2023 ରେ ଭାରତର ଆରମ୍ଭ ଭଲ ରହିଛି । ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳକୁ ପରାସ୍ତ କରି ଆଜି ଆଫଗାନସ୍ତାନକୁ ଭେଟିବ । କିନ୍ତୁ ଦଳରେ ଓପନର୍ ଶୁବମନ୍ ଗିଲ୍ ଙ୍କ ଅନୁପସ୍ଥିତିର ପ୍ରଭାବ ପ୍ରଥଣ ମ୍ୟାଚରେ ଦେକିବାକୁ ମିଳିଥିଲା । ବିଶ୍ୱକପ ପୂର୍ବରୁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ପରେ ସେ ଦଳରୁ ବାହାରେ ଅଛନ୍ତି ।

Shubman gill

ଏପରିକି ଆଜିର ମ୍ୟାଚ୍‌ରେ ମଧ୍ୟ ଶୁବମନ୍ ଖେଳିବେ ନାହିଁ । କିନ୍ତୁ ତାଙ୍କୁ ନେଇ ଏକ ଖୁସି ଖବର ଆସିଛି । ସେ ଆଜି ଅହମ୍ମଦାବାଦରେ ପହଞ୍ଚିଛନ୍ତି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ଶୁଭମନ ଗିଲ ଆଜି ଅହମ୍ମଦାବାଦରେ ପହଞ୍ଚିଛନ୍ତି । ସେ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଏଠାରେ ରହିବେ । ଡାକ୍ତରୀ ଦଳ ଗିଲଙ୍କ ପୁନରୁଦ୍ଧାର ଉପରେ କାର୍ଯ୍ୟ କରିବେ ।

ଏଭଳି ପରିସ୍ଥିତିରେ ଅକ୍ଟୋବର 14 ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଗିଲଙ୍କ ବିଷୟରେ ଏକ ଖୁସି ଖବର ଆସିପାରେ ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ ଶୁବମାନ ଗିଲ ଆଜି ଚେନ୍ନାଇରୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିୁଛି ବୋଲି ଜଣାଯାଇଛି ।

ତେବେ ଏପର୍ଯ୍ୟନ୍ତ ଗିଲ୍ ସମ୍ବନ୍ଧରେ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କୁହାଯାଇ ନାହିଁ । ଏଥି ସହିତ ଗିଲଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରାଯିବାକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଛି ।

କଣ କହୁଛି BCCI...

ବିସିସିଆଇ କହିଛି ଯେ ଶୁବମନ ଗିଲଙ୍କୁ ତାଙ୍କର ପୂରା ସମୟ ଦିଆଯିବ ଯାହା ଦ୍ୱାରା ସେ ମ୍ୟାଚ୍ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇପାରିବେ । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କ ବିଷୟରେ ଚିନ୍ତା କରିବାର ପ୍ରଶ୍ନ ନାହିଁ । ଗିଲଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି, ସେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରନ୍ତି ।

ଆପଣଙ୍କୁ କହି ରଖୁଛୁ, ବିଶ୍ୱକପରେ ଭାରତର ତୃତୀୟ ମ୍ୟାଚ୍ 14 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଅଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଶୁଭମାନ ଗିଲଙ୍କ ପାଇଁ ଏକ ବିଶେଷ ସ୍ଥାନ । ଏଠାରେ ସେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଏଠାରେ ଗିଲ ଚଳିତ ବର୍ଷ ତିନୋଟି ଟି -20, ଟେଷ୍ଟ ଏବଂ ଆଇପିଏଲରେ ଶତକ ଇନିଂସ ଖେଳିଛନ୍ତି ।

ଏଠାରେ ଆଇପିଏଲରେ ଗିଲ 7 ଟି ଇନିଂସ ଖେଳିଛନ୍ତି ଯେଉଁଥିରେ ସେ ଗୋଟିଏ ଶତକ, ତିନି ଅର୍ଦ୍ଧଶତକ ହାସଲ କରି 404 ରନ ସ୍କୋର କରିଛନ୍ତି । ଫେବୃଆରୀ ମାସରେ, ଗିଲ ଏଠାରେ ଟି -20 ଆନ୍ତର୍ଜାତୀୟ ମ୍ୟାଚରେ ଏକ ଶତକ ହାସଲ କରିଥିଲେ । କେବଳ ଏତିକି ନୁହେଁ ମାର୍ଚ୍ଚ ମାସରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଶତକ ହାସଲ କରିଥିଲେ । ଆଇପିଏଲରେ ଗିଲ ହାରାହାରି 66.9 ରନ୍ ସଂଗ୍ରହ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+