ଏତେ ବଡ ମିଛ କାହିଁକି କହିଲେ ଦ୍ରାବିଡ଼ ? ଆଶ୍ଚର୍ଯ୍ୟ କରିଦେବ ଶୁବମନଙ୍କ ରିପୋର୍ଟ
World Cup 2023: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଓପନର୍ ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ଶୁବମନ୍ ଭଲ ଫର୍ମରେ ଥିବାରୁ ତାଙ୍କ ଖେଳିବା ନେଇ କ୍ରିକେଟ୍ ପ୍ରେମୀ ଆଶା ବାନ୍ଧିଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ରବିବାର ମ୍ୟାଚ୍ରେ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି । ଗିଲ୍ ଡେଙ୍ଗୁରେ ପୀଡିତ ଥିବା କୁହାଯାଉଛି ।

ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ ଖବର ସାମ୍ନାକୁ ଆସିଛି । ମ୍ୟାଚ୍ ଆରମ୍ଭ ହେବାକୁ ଆହୁରି ସମୟ ଥିବା ବେଳେ ଶୁବମନ୍ ଙ୍କୁ ନେଇ ହାର୍ ମାନିବାକୁ ପ୍ରସ୍ତୁତ ନାହାଁନ୍ତି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ । ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଦ୍ରାବିଡ କହିଛନ୍ତି, 'ଆଜି ସେ ଭଲ ଅନୁଭବ କରୁଛନ୍ତି । ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ ତାଙ୍କ ଅବସ୍ଥାରେ ସୁଧାର ଆସୁଛି ।'
ସେ କହିଛନ୍ତି, 'ବର୍ତ୍ତମାନ ସୁଦ୍ଧା ସେ ପ୍ରଥମ ମ୍ୟାଚ୍ ରୁ ବାଦ୍ ପଡ଼ିନାହାଁନ୍ତି । ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ (ଆମେ) ଆସନ୍ତାକାଲି ନିଷ୍ପତ୍ତି ନେବୁ ।
କିନ୍ତୁ ଶୁବମନ୍ ଙ୍କ ଅବସ୍ଥା ବିଷୟରେ ବିସିସିଆଇର ଏକ ସୂତ୍ର ନାମ ଗୋପନ ରଖିବା ସର୍ତ୍ତରେ ପିଟିଆଇକୁ କହିଛି ଯେ ଗିଲ୍ ସୁସ୍ଥ ନାହାଁନ୍ତି । ସେ ଅତି କମରେ ବିଶ୍ୱକପ୍ ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବା ସ୍ଥିତିରେ ନାହାଁନ୍ତି ।
ଏହାପୂର୍ବରୁ ବିସିସିଆଇ କହିଛି ଯେ ସେମାନେ ଗିଲ୍ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅପଡେଟ୍ କୁ ଅପେକ୍ଷା କରିଛନ୍ତି । ବିସିସିଆଇର ମେଡିକାଲ ଅପଡେଟ୍ କହିଛି, 'ତାଙ୍କ ସ୍ୱାସ୍ଥ୍ୟ ଖରାପ, ମେଡିକାଲ୍ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଆମେ ଆଶା କରୁଛୁ ସେ ଶୀଘ୍ର ଭଲ ହୋଇଯିବେ ।
ନିକଟ ଅତୀତରେ ODI ରେ ଭାରତର ଓପନର୍ ଗିଲ୍ ଜ୍ୱରରେ ପୀଡିତ ଥିବା ବିସିସିଆଇ କହିଛି । ବିସିସିଆଇ ସୂତ୍ରରୁ ପ୍ରକାଶ, ଚେନ୍ନାଇରେ ପହଞ୍ଚିବା ପରଠାରୁ ଶୁଭମନଙ୍କୁ ଜ୍ୱର ହୋଇଛି । ତାଙ୍କର ପରୀକ୍ଷା ଚାଲିଛି ଏବଂ ଉଦଘାଟନୀ ମ୍ୟାଚରେ ତାଙ୍କ ଅଂଶଗ୍ରହଣ ଉପରେ ନିଷ୍ପତ୍ତି ନିଆଯିବ ।
ଯଦି ପରୀକ୍ଷାରେ ଡେଙ୍ଗୁ ନିଶ୍ଚିତ ହୁଏ, ତେବେ ଗିଲ ବିଶ୍ୱକପର କିଛି ମ୍ୟାଚ୍ ଖେଳି ପାରିବେ ନାହିଁ । ଜଣେ ଖେଳାଳୀ ଡେଙ୍ଗୁରୁ ସୁସ୍ଥ ହେବା ଏବଂ ପୁନର୍ବାର ମ୍ୟାଚ୍ ଫିଟ୍ ହେବା ପାଇଁ ସାଧାରଣତ 7 -10 ଦିନ ଲାଗେ । ଏପରିକି, ଯଦି ପ୍ଲେଟଲେଟ ହ୍ରାସ ପାଏ, ତେବେ ପୁନରୁଦ୍ଧାର ପାଇଁ ଅଧିକ ସମୟ ଲାଗିପାରେ ।
ଯଦିଓ ଗିଲ ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ କରି ନପାରନ୍ତି, କିନ୍ତୁ ସୁସ୍ଥ ହେବାରେ ଯଦି ଅଧିକ ସମୟ ଲାଗିଥାଏ ତେବେ ସେ ଆଫଗାନିସ୍ତାନ (ଅକ୍ଟୋବର 11) ଏବଂ ପାକିସ୍ତାନ (ଅକ୍ଟୋବର 14) ବିପକ୍ଷରେ ଖେଳିବା ଅସମ୍ଭବ ହୋଇପଡ଼ିବ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଗିଲ ନିକଟରେ ଏକ ସଫଳ ଓପନିଂ ଷ୍ଟାଣ୍ଡ କରିଛନ୍ତି । ଯଦି ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁପସ୍ଥିତ ରୁହନ୍ତି ତେବେ ଏହା ଭାରତୀୟ ଦଳ ପାଇଁ ଏକ ବଡ ଝଟକା ହୋଇପାରେ ।












Click it and Unblock the Notifications