Get Updates
Get notified of breaking news, exclusive insights, and must-see stories!

Shubman Gill health Update: କେମିତି ରହିଛି ଶୁବମନଙ୍କ ସ୍ୱାସ୍ଥ୍ୟ, ଖେଳିବେ କି ପାକିସ୍ତାନ ବିପକ୍ଷ ମ୍ୟାଚ୍ !

Shubman Gill health Update: ବିଶ୍ୱକପ୍ 2023 ରେ ଭାରତୀୟ ଦଳ ଭଳ ଫର୍ମରେ ରହିଛି । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଗତକାଲି ଆଫଗାନିସ୍ତାନକୁ ପରାସ୍ତ କରିସାରିଛି । ଏହା ପରେ ଅକ୍ଟୋବର 14 ରେ ପାକିସ୍ତାନକୁ ସାମ୍ନା କରିବ ଭାରତ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ ।

Shubman gill

ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ପାଇଁ ଖିସି ଖବର ରହିଛି । ଓପନର୍ ଶୁବମନ ଗିଲ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏହି ସମୟରେ ଶୁବମନ ଗିଲ ଆଜି ପଡ଼ିଆକୁ ଓହ୍ଳାଇବାର ସମ୍ଭାବନା ରହିଛି । ଅକ୍ଟୋବର 5 ରେ ଚେନ୍ନାଇରେ ଟିମ୍ ଇଣ୍ଡିଆର ପ୍ରଥମ ପ୍ରଶିକ୍ଷଣ ଅଧିବେଶନ ପରେ ଗିଲ୍ ଖେଳଠାରୁ ଦୂରରେ ରହିଛନ୍ତି ।

ଗିଲ୍ ଡେଙ୍ଗୁ ରେ ପୀଡ଼ିତ ଥିବାରୁ ସେ ପ୍ରଥମ ଦୁଇ ମ୍ୟାଚରେ ଖେଲଇପାରି ନଥିଲେ । ବର୍ତ୍ତମାନ ଗିଲ୍ ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଗିଲ୍ ଗତକାଲି ଚେନ୍ନାଇରୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

ଆଫଗାନିସ୍ତାନ ବିପକ୍ଷ 2023 ବିଶ୍ୱକପ ମ୍ୟାଚ୍ ପାଇଁ ଗତକାଲି ରାତିରେ ଅନ୍ୟ ଟିମ୍ ଇଣ୍ଡିଆ ଖେଳାଳି ଦିଲ୍ଲୀରେ ଥିବାବେଳେ ଗିଲ ଚେନ୍ନାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲେ । ଡେଙ୍ଗୁ ରୋଗରୁ ପୁନରୁଦ୍ଧାର ଏବଂ ଚିକିତ୍ସା ଜାରି ରଖିବା ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ସହରରେ ରହିଥିଲେ । ତାଙ୍କ ପ୍ଲେଟଲେଟ୍ 1,00,000 ତଳକୁ ଖସିଯିବା ପରେ ତାଙ୍କୁ ଡାକ୍ତରଖାନାରେ ରାତି କଟାଇବାକୁ ପଡିଲା, କିନ୍ତୁ ସତର୍କତା ଅବଲମ୍ବନ କରିବା ପରେ ସେ ହୋଟେଲ ରୁମକୁ ଫେରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଛି ।

ଅକ୍ଟୋବର 14 ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନ ସହିତ ମୁହାଁମୁହିଁ ହେବ । ଗିଲଙ୍କ ଅନ୍ୟ ସାଥୀମାନେ ଗୁରୁବାର ଦିନ ଦିଲ୍ଲୀରୁ ବିମାନ ଉଡ଼ାଣ କରିବେ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଗିଲ୍ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମ୍ୟାଚ୍ ଖେଳିବା ଉପରେ ନିର୍ଭର କରେ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, 'ଶୁଭମାନ ଗିଲଙ୍କୁ ମ୍ୟାଚ୍ ଫିଟନେସ୍ ପୁନରୁଦ୍ଧାର ପାଇଁ ପୂର୍ଣ୍ଣ ସମୟ ଦିଆଯିବ । ଗିଲ ପୂର୍ବରୁ ସକରାତ୍ମକ ସଙ୍କେତ ଦେଖାଉଛନ୍ତି ଏବଂ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ବାସ୍ତବରେ ଗିଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଭାରତ ପାଇଁ ଓପନିଂ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+