କ୍ରିକେଟ୍ ଇତିହାସର ସବୁଠାରୁ ଛୋଟ ମ୍ୟାଚ୍, ନିଦ ନାଁରେ ରେକର୍ଡ କଲା ଭାରତ

Shortest match in test cricket: ଟେଷ୍ଟ କ୍ରିକେଟ୍ ଇତିହାସରେ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ସବୁଠାରୁ ଛୋଟ ମ୍ୟାଚ୍ ଖେଳାଯାଇଛି । କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ 7 ୱିକେଟରେ ପରାସ୍ତ କରି ଏହି ଐତିହାସିକ ରେକର୍ଜ ନିଜ ନାଁ ରେ କରିଛି ଭାରତ । ଏହା ସହିତ ସିରିଜ 1-1 ରେ ଅମିମାଂସିତ ଭାବେ ଶେଷ ହୋଇଛି । କିନ୍ତୁ ଏହି ଟେଷ୍ଟମ୍ୟାଚ ସହ ଯୋଡ଼ି ହୋଇଯାଇଛି ଏକ ଅଲୋଡ଼ା ରେକର୍ଡ । ଏହାକୁ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ବୋଲି କୁହାଯାଉଛି ।

cricket

ଏହି ମ୍ୟାଚଟି ମାତ୍ର ଦେଢ ଦିନରେ ଶେଷ ହୋଇଯାଇଥିଲା । ମୋଟ 642 ଟି ବଲ୍ ପକାଯାଇଥିଲା । ଆଜିର ମ୍ୟାଚ 92 ବର୍ଷର ରେକର୍ଡ ଭାଙ୍ଗିଦେଇଛି । ଏହି ମ୍ୟାଚ ପୂର୍ବରୁ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ 1932 ମସିହାରେ ଖେଳାଯାଇଥିଲା । ସେହି ଟେଷ୍ଟ ମ୍ୟାଚଟି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଇଥିଲା । ସେହି ମ୍ୟାଚରେ ବି ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ ହୋଇଥିଲା । ଅଷ୍ଟ୍ରେଲିଆ ଇନିଂସ ଓ 72 ରନରେ ବିଜୟ ହାସଲ କରିଥିଲା । ସେହି ମ୍ୟାଚରେ ମୋଟ 656 ବଲ ପକାଯାଇଥିଲା ।

ସେହିପରି କ୍ରିକେଟ ଇତିହାସରେ ତୃତୀୟ ସବୁଠାରୁ ଛୋଟ ମ୍ୟାଚ 1935 ମସିହାରେ ଖେଳାଯାଇଥିଲା । ସେହି ମ୍ୟାଚଟି ଇଂଲଣ୍ଡ ଓ ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ବ୍ରିଜଟାଉନଠାରେ ଖେଳାଯାଇଥିଲା । ସେହି ମ୍ୟାଚରେ ଇଂଲଣ୍ଡ 4 ଓ୍ବିକେଟରେ ଜିତିଥିଲା । ସେହି ମ୍ୟାଚରେ 675 ଟି ବଲ ପକାଯାଇଥିଲା ।
କିନ୍ତୁ ଆଜିର ମ୍ୟାଚ୍ 147 ବର୍ଷର ଟେଷ୍ଟ ଇତିହାସରେ ଏହା ଥିଲା ସବୁଠାରୁ ଛୋଟ ମୁକାବିଲା । 4ଟି ଇନିଂସରେ ମାତ୍ର 107 ଓଭର ବୋଲିଂ କରାଯାଇଥିଲା । ଦ୍ୱିତୀୟ ଇନିଂସରେ ବିଜୟ ପାଇଁ ଭାରତକୁ 79 ରନର ଟାର୍ଗେଟ ମିଳିଥିଲା । 12 ଓଭରରେ 3 ୱିକେଟ ହରାଇ ଭାରତ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା ।

ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର 55 ରନ ଜବାବରେ ଭାରତ 153 ରନ କରି 98 ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା 176 ରନ କରିବା ଫଳରେ ଭାରତ ସମ୍ମୁଖରେ 79 ରନର ଟାର୍ଗେଟ ରହିଥିଲା । ଦକ୍ଷିଣ ଆଫ୍ରିକାରେ 4ର୍ଥ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟେଷ୍ଟରେ ବିଜୟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିବା ବେଳେ ଯଶପ୍ରୀତ ବୁମରାହ ଓ ଡିନ ଏଲଗାର ମିଳିତ ଭାବେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+