ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗର ଯାଞ୍ଚ କରିବ 7 ଜଣିଆ କମିଟି

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଏକ 7 ଜଣିଆ କମିଟି ଗଠନ କରିଛି ।

wrestlers protest

ନୂଆଦିଲ୍ଲୀ : ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ସଙ୍ଗୀନ ଅଭିଯୋଗ ଆଣି ଧାରଣାରେ ବସିବାକୁ ତିନି ଦିନ ହେଲାଣି । ରେସଲିଂ ଆଥଲେଟ୍ ମାନେ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଇସ୍ତଫା ଦାବି କରୁଥିବା ବେଳେ ଇସ୍ତଫା ଦେବାକୁ ସିଧାସିଧା ମନା କରିଦେଇଛନ୍ତି ବ୍ରିଜ ଭୂଷଣ । ଏହା ପରେ ମାମଲା ଆହୁରି ଗମ୍ବାର ହେବାରେ ଲାଗିଛି ।

ଏପରିକି ଗୁରୁବାର ଦିନ କ୍ରୀଡ଼ା ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ କୌଣସି ଫଳାଫଳ ନ ବାହାରିବା ପରେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ରହି ଦହିୟା ଏବଂ ଦୀପକ ପୁନିଆଙ୍କ ଠାରୁ ମିଳିଥିବା ପତ୍ର ଉପରେ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ର କାର୍ଯ୍ୟକାରୀ ପରିଷଜ ବୈଠକ ହୋଇଛି ।

ଏହି ବୈଠକରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗର ଯାଞ୍ଚ ପାଇଁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଏକ 7 ଜଣିଆ କମିଟି ଗଠନ କରିଛି । ଏହି କମିଟିରେ ମେରି କମ, ଡୋଲା ବାନାର୍ଜୀ, ଅଲକାନନ୍ଦ ଅଶୋକ, ଯୋଗେଶ୍ୱର ଦତ୍ତ, ସହଦେବ ଯାଦବ ଏବଂ 2 ଓକିଲ ଅଛନ୍ତି ।

ଇଣ୍ଡିଆନ୍ ଭାରୋତ୍ତୋଳନ ଫେଡେରେସନ୍ ସଭାପତି ତଥା IOA ର 7 ଜଣିଆ କମିଟି ସଦସ୍ୟ ସହଦେବ ଯାଦବ କହିଛନ୍ତି ଯେ ଆମେ ବସି ସମସ୍ତଙ୍କ କଥା ଶୁଣିବୁ ଏବଂ ଅଭିଯୋଗକୁ ଦେଖିବା ପରେ ନିଷ୍ପକ୍ଷ ଯାଞ୍ଚ କରିବୁ । ନ୍ୟାୟ ଦେବାକୁ ଚେଷ୍ଟା କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+