ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ ସାମ୍ କୁରନ୍, ଏତିକି ଟଙ୍କାରେ କିଣିଲା ଏହି ଦଳ
ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ ଇଂଲଣ୍ଡ ଅଲରାଉଣ୍ଡର ସାମ କରନ୍ । ଆଇପିଏଲ୍ ଇତିହାସର ସମସ୍ତ ରେକର୍ଡକୁ ସାମ୍ ଭାଙ୍ଗିଛନ୍ତି ଏବଂ ଦୁନିଆର ସବୁଠୁ ବଡ ଟି -20 ଲିଗରେ ସବୁଠୁ ଦାମୀ ଖେଳାଳି ହୋଇପାରିଛନ୍ତି ।
IPL Auction 2023: ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ ଇଂଲଣ୍ଡ ଅଲରାଉଣ୍ଡର ସାମ କରନ୍ । ଆଇପିଏଲ୍ ଇତିହାସର ସମସ୍ତ ରେକର୍ଡକୁ ସାମ୍ ଭାଙ୍ଗିଛନ୍ତି ଏବଂ ଦୁନିଆର ସବୁଠୁ ବଡ ଟି -20 ଲିଗରେ ସବୁଠୁ ଦାମୀ ଖେଳାଳି ହୋଇପାରିଛନ୍ତି ।
ସାମ କରନଙ୍କୁ ପଞ୍ଜାବ କିଙ୍ଗ୍ସ୍ ଆଇପିଏଲ୍ ମିନି ନିଲାମରେ 18.50 କୋଟିରେ କିଣିଛି । 2 କୋଟି ବେସ୍ ପ୍ରାଇସ୍ ସହିତ ନିଲାମରେ ସାମିଲ ହୋଇଥିବା ସାମ କରନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ରିଲିଜ୍ କରିଥିଲା । ଚେନ୍ନାଇ ତାଙ୍କ ଅଲରାଉଣ୍ଡରଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ବଡ଼ ପ୍ରସ୍ତାବ ରଖିଥିଲେ ମଧ୍ୟ ଶେଷରେ ସାମ କରନଙ୍କୁ ପଞ୍ଜାବ କିଣିଥିଲା ।

ସାମ କରନ୍ ଙ୍କୁ କିଣିବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଚେନ୍ନାଇ 10 କୋଟି ଟଙ୍କା ଅତିକ୍ରମ କରିବା ମାତ୍ରେ ନିଲାମୀରୁ ଓହରିଯାଇଥିଲା । ଏହା ପରେ ପଞ୍ଜାବ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କରନଙ୍କୁ ନିଜ ଦଳରେ ସାମିଲ କରିବାକୁ ପ୍ରତିଯୋଗିତା ଜାରି ରହିଥିଲା । ଏହି ସମୟରେ ଗୁଜୁରାଟ ଟାଇଟାନ୍ସ ମଧ୍ୟ 15 କୋଟିର ନିଲାମୀ ଡାକିଥିଲା । କିନ୍ତୁ ଶେଷରେ ପଞ୍ଜାବ ମୁମ୍ବାଇକୁ ପଛରେ ପକାଇ ସାମ କରନଙ୍କୁ ନିଜ ଦଳରେ ସାମିଲ କରିଛି । ଆଇପିଏଲ ଇତିହାସରେ ସାମ କରନ ସବୁଠାରୁ ବ୍ୟୟବହୁଳ ଖେଳାଳି ହୋଇପାରିଛନ୍ତି । ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ୱୁୋକ୍ସ 2021 ମସିହାରେ 16.25 କୋଟିରେ ବିକ୍ରି ହୋଇଥିଲେ । ତାଙ୍କୁ ଆରସିବି କିଣିଥିଲା ।
24 ବର୍ଷୀୟ ସାମ କରନ ଜଣେ ବାମହାତୀ ବ୍ୟାଟିଂ ଅଲରାଉଣ୍ଡର । ଇଂଲଣ୍ଡ ପାଇଁ ଖେଳି ସେ 24 ଟି ଟେଷ୍ଟ ମ୍ୟାଚର 42 ଇନିଂସରେ 47 ୱିକେଟ୍ ନେଇଥିବାବେଳେ 35 ଟି -20 ଇନିଂସରେ 41 ୱିକେଟ୍ ନେଇଛନ୍ତି । ଆଇପିଏଲରେ ତାଙ୍କର ରେକର୍ଡ ମଧ୍ୟ ବହୁତ ଭଲ । ସେ 32 ଟି ଆଇପିଏଲ ମ୍ୟାଚରେ 32 ୱିକେଟ୍ ନେଇଛନ୍ତି । ଆଇପିଏଲରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ନାମରେ ମଧ୍ୟ ତାଙ୍କର ଅର୍ଦ୍ଧଶତକ ରହିଛି । 2019 ରେ ଆଇପିଏଲ୍ ଡେବ୍ୟୁ କରିଥିବା ସାମ କରନ୍ ପଞ୍ଜାବ କିଙ୍ଗ୍ସ ସହିତ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ 2020 ନିଲାମରେ ସାମଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 5.5 କୋଟିରେ କିଣିଥିଲା । ଚେନ୍ନାଇ ସହିତ ଦୁଇ ବର୍ଷ ରହିବା ପରେ କୁରନ୍ ବର୍ତ୍ତମାନ ପଞ୍ଜାବକୁ ଫେରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications