ଅମ୍ପାୟାରଙ୍କୁ କାହିଁକି ଦେଖାଇଲେ ମସଲ୍ସ, ଏମିତି କିଛି ଜବାବ ରଖିଲେ ରୋହିତ୍

Ind Vs Pak: ଆଇସିସି ଦିନିକିଆ ବିଶ୍ୱକପର ଦ୍ୱାଦଶ ମ୍ୟାଚରେ ଅହମ୍ମଦାବାଦରେ ପାକିସ୍ତାନକୁ 7 ୱିକେଟରେ ହରାଇ ବିଜୟ ତାଲିକାରେ ଭାରତ ଆଉ ଏକ ପାହାଚ ଉପରକୁ ଉଠିଛି । ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ରେ ଭାରତର ଏହା ଅଷ୍ଟମ ବିଜୟ । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସହ ନିଜ ନାଁ ରେ ମଧ୍ୟ ଏକ ଭଲ ରେକର୍ଡ କରିଛନ୍ତି । 63 ବଲରେ 86 ରନ୍‌ର ଚମତ୍କାର ଇନିଂସ ଖେଳିଛନ୍ତି କ୍ୟାପଟେନ୍ ରୋହିତ୍ ।

Rohit Sharma

ଏହା ସହ ମ୍ୟାଚ୍ ରେ ଛକା ମାରିବା ପରେ ରୋହିତ ଶର୍ମା ଅମ୍ପାୟାରଙ୍କୁ ନିଜ ମସଲ୍ସ(ବାହୁ) ଦେଖାଇଥିଲେ । ଯାହାର ଭିଡ଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏହା ପଛର କାରଣ ପଚାରିଥିଲେ, ରୋହିତ ଶର୍ମା ତାଙ୍କୁ ଅମ୍ପାୟାର ମାରାଇସ୍ ଏରାସମୁସଙ୍କୁ ନିଜ ବାହୁ ଦେଖାଇବାର କାରଣ କହିଥିଲେ । ଯାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା ।

ଆଇସିସି ବିଶ୍ୱକପ 2023 ରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ରୋହିତ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ଅଧିନାୟକ 63 ଟି ବଲରେ 86 ରନ ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିରେ 6 ଟି ବଡ ଛକା ଏବଂ ଚାରିଟି ଚୌକା ଥିଲା । ଭାରତର ସ୍ମରଣୀୟ ସାତ ୱିକେଟ୍ ବିଜୟରେ ଅଧିନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚରେ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରିବା ସହ ପଏଣ୍ଟ୍ ଟେବୁଲରେ ଶୀର୍ଷରେ ରହିଛି ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ତୃତୀୟ ଛକା ମାରି ରୋହିତ ODI କ୍ରିକେଟରେ 300 ଛକା ମାରିଥିବା ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ । ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା କ୍ରିସ ଗେଲଙ୍କ ରେକର୍ଡକୁ ଅତିକ୍ରମ କରି 454 ଟି ଅନ୍ତର୍ଜାତୀୟ ମ୍ୟାଚରେ ମୋଟ 559 ଛକା ପୁରା କରିଛନ୍ତି ।

ଏହି ସମୟରେ ମ୍ୟାଚର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ଯେତେବେଳେ ରୋହିତ ଶର୍ମା ଅଷ୍ଟମ ଓଭରରେ ହରିସ ରାଉଫଙ୍କୁ 90 ମିଟର ଛକା ମାରିଥିଲେ । ଏହା ପରେ ସେ ଅମ୍ପାୟାର ମାରାଇସ୍ ଏରାସ୍ମସଙ୍କ ନିକଟରେ ପହଞ୍ଚି ନିଜର ବାହୁ(ମସଲ୍ସ) ଦେଖାଇଥିଲେ ।

ମ୍ୟାଚ୍ ପରେ ହାର୍ଦ୍ଦିକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ରୋହିତ ବିସିସିଆଇ ୱେବସାଇଟରେ ଏହି ମୁହୂର୍ତ୍ତର କାରଣ ବୁଝାଇଥିଲେ । ଭାରତୀୟ ଅଧିନାୟକ କହିଛନ୍ତି ଯେ ଛକା ମାରିବା ପରେ ଏରାସ୍ମସ ତାଙ୍କୁ ପଚାରିଥିଲେ ଯେ ସେ କିପରି ଏତେ ବଡ଼ ଛକା ମାରି ପାରୁଛ ? ତାଙ୍କ ବ୍ୟାଟରେ କିଛି ଅଛି କି ? ରୋହିତ ଏହାର ଜବାବରେ ନିଜର ବାହୁ ଦେଖାଇ କହିଥିଲେ ଏ ସବୁ ବାହୁବଳର କମାଲ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+