ଏଜେଣ୍ଡା ଚଳାଇ ଏହି ବିରୋଧ କରାଯାଇଛି, ଅଭିଯୋଗ ଭିତ୍ତିହୀନ- କ୍ରୀଡା ମନ୍ତ୍ରଣାଳୟକୁ WFI ର ଜବାବ

ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିକ୍ଷୋଭକାରୀମାନେ WFI କୁ ବଦନାମ କରିବା ପାଇଁ କିଛି ଚାପରେ ଏପରି କାର୍ଯ୍ୟ କରିଥିଲେ । ବର୍ତ୍ତମାନର ଫେଡେରେସନ୍ ଅଧ୍ୟକ୍ଷ କୁସ୍ତିମାନଙ୍କ ଉତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଆସୁଛନ୍ତି ।

WFI

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆରେ ଅନିୟମିତତା ତଥା ମହିଳା ଆଥଲେଟଙ୍କୁ ଯୌନ ଶୋଷଣ ଭଳି ଅଭିଯୋଗ ହୋଇଥିଲା । ଏପରିକି ଦେଶର ଜଣାଶୁଣା ଆଥଲେଟ ମାନେ ରେସଲିଂ ଫେଡେରେସନ୍ ର ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାଣାରେ ବସିଥିଲେ । ଏ ପ୍ରସଙ୍ଗରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ WFI ନିକଟରୁ ଜବାବ ମାଗିଥିଲେ । ଫେଡେରେସନ୍ ନିଜ ଜବାବରେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି । ଏଥି ସହିତ କୌଣସି ପ୍ରକାର ଅନିୟମିତତା ହୋଇ ନଥିବା ନେଇ ଜବାବ ରଖିଛି ରେସଲିଂ ଫେଡେରେସନ୍ ।

ଫେଡେରେସନ୍ ଦାଖଲ କରିଥିବା ଜବାବରେ କୁହାଯାଇଛି ଯେ WFI ଅଧ୍ୟକ୍ଷଙ୍କ ସମେତ କୌଣସି ବ୍ୟକ୍ତିଙ୍କ ଦ୍ୱାରା ଫେଡେରେସନରେ ଅନିୟମିତତା ଏବଂ କୁପରିଚାଳନା ହେବାର କୌଣସି ସମ୍ଭାବନା ନାହିଁ । ରେସଲିଂ ଫେଡେରେସନ୍ ନିଜସ୍ୱ ସମ୍ବିଧାନ ତଥା ନିର୍ବାଚିତ ସଂସ୍ଥା ଦ୍ୱାରା ପରିଚାଳିତ । ବର୍ତ୍ତମାନର ପରିଚାଳନାକୁ ହଟାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ଏଜେଣ୍ଡା ଅନୁଯାୟୀ ଏହି ବିରୋଧ କରାଯାଇଛି ।

ଫେଡେରେସନ୍ ଆହୁରି କହିଛି ଯେ ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିକ୍ଷୋଭକାରୀମାନେ WFI କୁ ବଦନାମ କରିବା ପାଇଁ କିଛି ଚାପରେ ଏପରି କାର୍ଯ୍ୟ କରିଥିଲେ । ବର୍ତ୍ତମାନର ଫେଡେରେସନ୍ ଅଧ୍ୟକ୍ଷ କୁସ୍ତିମାନଙ୍କ ଉତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଆସୁଛନ୍ତି । ଜାତୀୟ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବାରେ ଡବ୍ଲୁଏଫ୍ଆଇ ଏବଂ ଏହାର ଅଧ୍ୟକ୍ଷଙ୍କ ପ୍ରମୁଖ ଭୂମିକା ରହିଛି । ଏହାର ରେକର୍ଡ ଦେଖାଯାଇପାରେ, କଠୋର ଏବଂ ନିରପେକ୍ଷ ପରିଚାଳନା ବିନା କାର୍ଯ୍ୟଦକ୍ଷତା ହାସଲ କରିବା ସମ୍ଭବ ନୁହେଁ ।

ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀର ଜନ୍ତର ମନ୍ତର ଠାରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ ଶୁକ୍ରବାର ଦିନ ଧର୍ମଘଟ ବନ୍ଦ କରିବାକୁ ଘୋଷଣା କରିଥିଲେ । କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ପରେ ଏହି କୁସ୍ତିମାନେ ଧାରଣାରୁ ଉଠିଛନ୍ତି । କ୍ରୀଡ଼ା ମନ୍ତ୍ରୀ ଏହି ଆଥଲେଟମାନଙ୍କୁ ଏକ ନିରପେକ୍ଷ ତଦନ୍ତ ପାଇଁ ଆଶ୍ୱାସନା ଦେବା ପରେ ସେମାନେ ବିରୋଦ ପ୍ରଦର୍ଶନ ବନ୍ଦ କରିଥିଲେ । ଧାରଣାରେ ବସିଥିବା ଆଥଲେଟଙ୍କ ମଧ୍ୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ୍, ଭିନେଶ ଫୋଗଟଙ୍କ ପରି ଦେଶର ଜଣାଶୁଣା ଖେଳାଳି ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+