Get Updates
Get notified of breaking news, exclusive insights, and must-see stories!

ନିଜ ନାମରେ ହୋଇଥିବା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଦେଖିବେ ମୋଦୀ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଷ୍ଟାଡ଼ିୟମରେ ମ୍ୟାଚର ମଜା ନେବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେଞ୍ଜ ।

Narendra Modi

ଅହମ୍ମଦାବାଦ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସହ ଷ୍ଟାଡ଼ିୟମରେ ମ୍ୟାଚର ମଜା ନେବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେଞ୍ଜ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନାମରେ ନାମିତ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଲାଇଭ ମ୍ୟାଚ୍ ଦେଖିବେ । ପିଏମ ମୋଦୀଙ୍କ ଆଗମନ ହେତୁ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ପାଇଁ କିଛି ଟିକେଟ୍ ଲକ୍ କରାଯାଇଛି ।
1,32,000 ଦର୍ଶକଙ୍କ କ୍ଷମତା ସହିତ ଏହା ଦୁନିଆର ସବୁଠାରୁ ବଡ ଷ୍ଟାଡିୟମ । ଏଠାରେ ଡେ-ନାଇଟ୍ ଟେଷ୍ଟ ମଧ୍ୟ ଖେଳାଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ପ୍ରଶଂସକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ କରିଛି । କିନ୍ତୁ ପ୍ରଶଂସକମାନେ ଟେଷ୍ଟର ପ୍ରଥମ ଦିନ ପାଇଁ ଟିକେଟ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଚତୁର୍ଥ ଟେଷ୍ଟ ପାଇଁ ଟିକେଟ୍ ବିକ୍ରି 200, 300, 350, 1000 ଏବଂ 2000 ରୁ ଆରମ୍ଭ ହୋଇଛି । କିନ୍ତୁ ପ୍ରଶଂସକମାନେ ପ୍ରଥମ ଦିନ ବ୍ୟତୀତ ବୁକ୍ ମାଇ ଶୋ'ରେ ଦ୍ୱିତୀୟ ଦିନରୁ 5 ତାରିଖ ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିପାରିବେ ।

ନାଗପୁର ଏବଂ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍ ଚମତ୍କାର ଢଙ୍ଗରେ ଜିତିଥିଲା । ଅଷ୍ଟ୍ରେଲିଆ ସିରିଜର ତୃତୀୟ ମ୍ୟାଚ୍ ଜିତିଥିବାରେ ସଫଳ ହୋଇଥିଲା ଅଷ୍ଟ୍ରେଲିଆ । ଚତୁର୍ଥ ଟେଷ୍ଟରେ ଯଦି ଭ୍ରମଣକାରୀ ଦଳ ଜିତିବାରେ ସଫଳ ହୁଏ, ତେବେ ଏହି ସିରିଜ୍ ଡ୍ରରେ ଶେଷ ହେବ । କିନ୍ତୁ ଯଦି ଭାରତ ଚତୁର୍ଥ ମ୍ୟାଚ୍ ଜିତିବ ତେବେ ସିରିଜ୍ ହାତେଇବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତିବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+