ସ୍ୱର୍ଣ୍ଣପଦକ ବିଜେତା ହକି ଖେଳାଳି ରବିନ୍ଦ୍ର ପାଲ୍ ସିଂଙ୍କ ଦେହାନ୍ତ

ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳୀ ରବୀନ୍ଦ୍ର ପାଲ ସିଂ ଙ୍କର ଦେହାନ୍ତ ହୋଇଛି । କରୋନା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାୟ ଦୁଇ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷ୍ନୌରେ ତାଙ୍କର ଦେହାନ୍ତ ହୋଇଛି ।

ନୂଆଦିଲ୍ଲୀ : ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳୀ ରବୀନ୍ଦ୍ର ପାଲ ସିଂ ଙ୍କର ଦେହାନ୍ତ ହୋଇଛି । କରୋନା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାୟ ଦୁଇ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷ୍ନୌରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା ।

ravinder Pal Singh

ମୋସ୍କୋ ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ହକି ଟିମ୍‌ର ଜବରଦସ୍ତ ଖେଳାଳୀ ଭାରତୀୟ ହକି ଦଳର ଜଣେ ପୂର୍ବତନ ସଦସ୍ୟ ଥିଲେ । 1980 ମସିହାରେ ଅନୁଷ୍ଠିତ ମୋସ୍କୋ ଅଲମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ । ଅଲମ୍ପିକ୍ସରେ ଦୁଇଥର ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିବା ସେ ଲକ୍ଷ୍ନୌର ଏକ ମାତ୍ର ଖେଳାଳୀ ।

ରବିନ୍ଦ୍ର ପାଲ୍ ଅପ୍ରେଲ ମାସରେ କରୋନା ସଂକ୍ରମିତ ହୋଇ ଲକ୍ଷ୍ନୌର ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ କୋଭିଡ ୱାର୍ଡରୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା । ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ହକିରେ କେବଳ ଅଲମ୍ପିକ୍ସ ନୁହଁ ବରଂ ଚାମ୍ପିଅନ୍ସ ଟ୍ରଫି,ବିଶ୍ୱକପ୍ ଓ ଏସିଆ କପ୍‌ରେ ବି ତାଙ୍କର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+