ଏସୀୟ ପାରା ଗେମ୍ସ 2023: ଓଡ଼ିଆ ପୁଅ ସୌନ୍ଦର୍ଯ୍ୟଙ୍କୁ ସ୍ୱର୍ଣ୍ଣ
ଏସୀୟ ପାରା ଗେମ୍ସ 2023: ଆଉ ଜଣେ ଓଡ଼ିସାର ସୁନା ପୁଅ ଆଣିଲେ ସ୍ୱର୍ଣ୍ଣ । ଚୀନର ହାଙ୍ଗଜୋରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୃଷ୍ଟିବାଧିତ ଚେସ୍ରେ ସେ ଦୁଇଟି ପଦକ ଜିତିଛନ୍ତି । ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ ।
ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ ଜିତିଥିବା ବେଳେ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବି 1ଏକକ ବର୍ଗରେ ସେ ରୌପ୍ୟ ପଦକ ପାଇଥିବା ବେଳେ ପୁରୁଷ ବି 1 ଦଳଗତ ଇଭେଣ୍ଟରେ ସେ ଅଶ୍ୱିନୀ ଓ ଦର୍ପଣଙ୍କ ସହିତ ମିଶି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ପୁରୁଷ ବି 1 ଏକକ ବର୍ଗରେ 7 ରାଉଣ୍ଡରୁ 5 ରାଉଣ୍ଡରେ ବିଜୟୀ ହୋଇଥିଲେ ସୌନ୍ଦର୍ଯ୍ୟ । ଆଉ ଗୋଟିଏ ରାଉଣ୍ଡ ଡ୍ର' ରଖିଥିଲେ । ଫଳରେ ମୋଟ ସାଢ଼େ 5 ପଏଣ୍ଟ ପାଇ ସେ ରୌପ୍ୟ ପଦକ ଜିତିଛନ୍ତି । ଏହି ସଫଳତା ପାଇଁ ସୌନ୍ଦର୍ଯ୍ୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଷଷ୍ଠ ତଥା ଅନ୍ତିମ ଦିବସ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ 111 ଟି ମେଡାଲ ପାଇ ସର୍ବାଧିକ ପଦକ ଆଣିଛି । ମୋଟ 111 ମେଡାଲ ମଧ୍ୟରୁ 29 ଟି ସ୍ୱର୍ଣ୍ଣ, 31 ଟି ରୌପ୍ୟ ଏବଂ 51 ଟି ବ୍ରୋଞ୍ଜ ମେଡାଲ ପାଇଛି । ସହିତ ସର୍ବାଧିକ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି ।
ପ୍ରଥମ ଥର ପାଇଁ ଭାରତ 100 ରୁ ଅଧିକ ପଦକ ଜିତି ଶତକ ଅର୍ଜନ କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ 309 ଜଣ ଭାରତୀୟ ଆଥଲେଟ୍ ଭାଗ ନେଇଛନ୍ତି । ସେଥିମଧ୍ୟରେ 196 ଜଣ ପୁରୁଷ ଓ 113 ଜଣ ମହିଳା ରହିଛନ୍ତି ।
ଚଳିତ ବର୍ଷ ଓଡ଼ିଶାରୁ 7 ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।
ଏଥର ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କ ପରେ ପଦକ ଜିତିବାରେ ସୈ।ନ୍ଦର୍ଯ୍ୟ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ । ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ତିନିଟି ପଦକ ହାସଲ କରିଛନ୍ତି ।












Click it and Unblock the Notifications