ଭାଙ୍ଗିଲା ଭାରତର ସେମିଫାଇନାଲ ଆଶା, ଆଫଗାନିସ୍ତାନକୁ ପରାସ୍ତ କରି ସେମିପାଇନାଲରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ
ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ହାରିଥାନ୍ତା, ତେବେ ନାମିବିଆ ବିପକ୍ଷରେ ଭାରତ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇଥାନ୍ତା ।
ଆବୁଧାବି : ରବିବାର ଦିନ ଆଫଗାନିସ୍ତାନ ବିପକ୍ଷରେ 8 ୱିକେଟ୍ ରେ ବିଜୟ ହାସଲ କରି ନ୍ୟୁଜିଲ୍ୟାଣ୍ଡ ସୁପର 12 ଗ୍ରୁପ୍ 2 ର ସେମିଫାଇନାଲକୁ ଉନ୍ନୀତ ହୋଇଛି । ଏହା ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ଦଳ ହୋଇପାରିଛି ଯାହା ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 8 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ 18.1 ଓଭରରେ ଲକ୍ଷ୍ୟ ହାସଲ କରିଥିଲା ।

ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଯଦି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ହାରିଥାନ୍ତା, ତେବେ ନାମିବିଆ ବିପକ୍ଷରେ ଭାରତ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇଥାନ୍ତା, କିନ୍ତୁ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ 5 ମ୍ୟାଚରେ ଚତୁର୍ଥ ବିଜୟ ପଞ୍ଜିକରଣ କରି ଗ୍ରୁପ୍-2ରେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପୂର୍ବରୁ ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି । ଏଥି ସହିତ ଭାରତର ସେମିଫାଇନାଲ ମ୍ୟାଚ୍ ଖେଲିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ଭାରତ ନଭେମ୍ବର 8 ରେ ନାମିବିଆ ବିପକ୍ଷରେ ଔପଚାରିକ ଭାବେ ମ୍ୟାଚ୍ ଖେଳିବ।
ଭାରତ ତା'ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦ୍ବିତୀୟ ମ୍ୟାଚରେ ମଧ୍ୟ କିଛି କମାଲ କରିପାରିନଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ଦ୍ବିତୀୟ ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ସେମି ଆଶା ଏକ ପ୍ରକାର ଧୂଳିସାତ ହୋଇଯାଇଥିଲା । କିନ୍ତୁ ଭାରତ ଆଫଗାନିସ୍ତାନ ଓ ସ୍କଟଲାଣ୍ଡଠାରୁ ବଡ଼ ବିଜୟ ହାସଲ କରି ଭାରତ ସେମିଫାଇନାଲ ଖେଳିବ ବୋଲି ଆଶା କରାଯାଉଥିଲା । ଆଜି ମ୍ୟାଚ ଯଦି ଆଫଗାନିସ୍ତାନ ବିଜୟଲାଭ କରିଥାନ୍ତା ତେବେ ଭାରତ ସେମିଫାଇନାଲ ଖେଳି ପାରିଥାନ୍ତା ।












Click it and Unblock the Notifications