ଦେଶର ଆଶା ପାଇଁ ବଡ଼ ଝଟକା, କମନୱେଲଥ ଗେମ୍ସ ଖେଳିବେନି ନୀରଜ ଚୋପ୍ରା
ବର୍ମିଂହାମରେ ଜୁଲାଇ 28 ରୁ ଆରମ୍ଭ ହେବାକୁ ଥିବା କମନୱେଲଥ ଗେମ୍ସରେ ଭାଗ ନେବେନି ଭାରତୀୟ ଖେଳାଳି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଖେଳିପାରିବେନି ନୀରଜ ଚୋପ୍ରା ।
ନୂଆଦିଲ୍ଲୀ : ବର୍ମିଂହାମରେ ଜୁଲାଇ 28 ରୁ ଆରମ୍ଭ ହେବାକୁ ଥିବା କମନୱେଲଥ ଗେମ୍ସରେ ଭାଗ ନେବେନି ଭାରତୀୟ ଖେଳାଳି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଖେଳିପାରିବେନି ନୀରଜ ଚୋପ୍ରା । ସମ୍ପ୍ରତି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ସମୟରେ ସେ ଆହତ ହୋଇଥିଲେ । ଏହି କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ।

ୱାର୍ଲ୍ଜ ଆଥଲେଟିକ୍ ଚାମ୍ପିୟନସିପର ଫାଇନାଲରେ 88.13 ମିଟର ଫିଙ୍ଗିବା ସମୟରେ ନୀରଜ ଆହତ ହୋଇଥିଲେ । ଖବର ଅନୁଯାୟୀ, ତାଙ୍କ ଜଙ୍ଘରେ ଆଘାତ ଲାଗିଛି । ଥ୍ରୋ ପରେ ସେ ତାଙ୍କ ଜଙ୍ଘରେ ଏକ ଚାପ ଅନୁଭବ କରିଥିଲେ ଏବଂ ଏହି କାରଣରୁ ବର୍ତ୍ତମାନ କମନୱେଲଥ ଗେମ୍ସରୁ ବାଦ ପଡିଛନ୍ତି । ଆପଣଙ୍କୁ କହି ରଖୁଛୁ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ ରୌପ୍ୟ ପଦକ ଜିତିଛନ୍ତି ।
କମନୱେଲଥ ଗେମ୍ସରେ ନୀରଜ ଚୋପ୍ରାଙ୍କ ମ୍ୟାଚ ଅଗଷ୍ଟ 5 ରେ ଅନୁଷ୍ଠିତ ହେବ । ତେବେ ନୀରଜ ବାଦ୍ ପଡ଼ିବା ପରେ ଭାରତ ବର୍ତ୍ତମାନ ଏହି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଡିପି ମନୁ ଏବଂ ରୋହିତ ଯାଦବଙ୍କଠାରୁ ଆଶା ରଖିବ । ଏହି ଦୁଇ ଖେଳାଳି ବର୍ମିଂହାମରେ ଦେଶର ପ୍ରତିନିଧିତ୍ୱ କରିବେ ।
ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ । ସେ ଆଥଲେଟିକ୍ସରେ ପଦକ ଜିତିଥିବା ଭାରତର ଦ୍ୱିତୀୟ ଖେଳାଳି ହୋଇଥିଲେ । ନୀରଜଙ୍କ ପୂର୍ବରୁ ଅଞ୍ଜୁ ବେବି ଜର୍ଜ 2003 ରେ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ ।












Click it and Unblock the Notifications