Get Updates
Get notified of breaking news, exclusive insights, and must-see stories!

ଆଥଲେଟରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଜାଭେଲିନରେ ସ୍ୱର୍ଣ୍ଣ ହାତେଇଲେ ନୀରଜ ଚୋପ୍ରା

ଏଥି ସହିତ ଭାରତ ଅଲିମ୍ପିକ ଇତିହାସରେ ଟ୍ରାକ ଏବଂ ଫିଲ୍ଡରେ ପ୍ରଥମ ପଦକ ପାଇଛି । ନୀରଜ ଚୋପ୍ରା 87.58 ମିଟର ଫିଙ୍ଗି ଦୁନିଆର ବଡହସ୍ତୀନଙ୍କୁ ପରାସ୍ତ କରିଛନ୍ତି ।

ନୂଆଦିଲ୍ଲୀ : ଶନିବାର ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି । 2008 ଅଲିମ୍ପିକ୍ସରେ ଅଭିନାଭ ବିନ୍ଦ୍ର ସ୍ୱର୍ଣ୍ଣ ପଦକ ଜିତିବା ପରେ ବ୍ୟକ୍ତିଗତ ଭାବେ ଏହା ହେଉଛି ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଏଥି ସହିତ ଭାରତ ଅଲିମ୍ପିକ ଇତିହାସରେ ଟ୍ରାକ ଏବଂ ଫିଲ୍ଡରେ ପ୍ରଥମ ପଦକ ପାଇଛି । ନୀରଜ ଚୋପ୍ରା 87.58 ମିଟର ଫିଙ୍ଗି ଦୁନିଆର ବଡହସ୍ତୀନଙ୍କୁ ପରାସ୍ତ କରିଛନ୍ତି । ଜାଭେଲିନ୍ ଥ୍ରୋ ରେ ପୂର୍ବରୁ ଅଲିମ୍ପିକ୍ସରେ ଭାରତ ପାଇଁ କୌଣସି ପଦକ ମିଳିନଥିଲେ, କିନ୍ତୁ ଟୋକିଓରେ ନୀରଜ ଯାହା କରିଛନ୍ତି ତାହା ଭାରତ କ୍ରୀଡ଼ା ଜଗତରେ ଇତିହାସ ସୃଷ୍ଟି କରିଛି ।

neeraj Chopra

ନୀରଜ ତାଙ୍କ ସ୍ୱର୍ଣ୍ଣ ପଦକ ସହିତ ଆଥଲେଟିକ୍ସ ପଦକ ପାଇଁ ଭାରତର 121 ବର୍ଷର ଅପେକ୍ଷାକୁ ସମାପ୍ତ କରିଛନ୍ତି । ନୀରଜ ଚୋପ୍ରା ତାଙ୍କର ପ୍ରଥମ ଥ୍ରୋରେ 87.03 ମିଟର ଫିଙ୍ଗିଥିଲେ ଏବଂ 87.58 ମିଟରକୁ ଉନ୍ନତ ହୋଇଥିଲେ ମଧ୍ୟ ପରେ ଅଗେଇ ପାରିନଥିଲେ । ଚୋପ୍ରା 87.03 ମିଟର, 87.58 ମିଟର, 76.79 ମିଟର ଏବଂ 84.24 ର ତିନୋଟି ଥ୍ରୋ କୁ ହିସାବ କରାଯାଇଥିଲା । ତାଙ୍କର ଚତୁର୍ଥ ଏବଂ ପଞ୍ଚମ ଥ୍ରୋ ଗଣତି ହୋଇନଥିଲା ​​। କିନ୍ତୁ ତାଙ୍କର ଦ୍ୱିତୀୟ ଥ୍ରୋ ଅନ୍ୟମାନଙ୍କ ତୁଳନାରେ ବହୁତ ଭଲ ଥିଲା ଏବଂ ସ୍ୱର୍ଣ୍ଣ ପାଇଁ ଭାରତ ଯୋଗ୍ୟ ବିବଚିତ

1920 ମସିହାରେ ପ୍ରଥମ ଥର ପାଇଁ ଅଲମ୍ପିକ ଜାଭେଲିନ୍ ଥ୍ରୋରେ ଭାରତ ଭାଗ ନେଇଥିଲା । ସେବେଠୁ କେବେ ଭାରତ ଜାଭେଲିନ୍ ଥ୍ରୋରେ ପଦକ ପାଇନଥିଲା । 121 ବର୍ଷର ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ନୀରଜଙ୍କ ସଫଳତାକୁ ନେଇ ଦେଶ ସାରା ଉତ୍ସାହ ଖେଳି ଯାଇଛି । ଏଥିସହ ଚଳିତ ଅଲମ୍ପିକରେ ଭାରତର ପଦକ ସଂଖ୍ୟା 7କୁ ବୃଦ୍ଧି ପାଇଛି । ଟୋକିଓ ଅଲମ୍ପିକରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, 2ଟି ରୌପ୍ୟ ଓ 4ଟି କାଂସ୍ୟ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+