ଇତିହାସ ରଚିଲେ ନୀରଜ ଚୋପ୍ରା, ବିଶ୍ୱ ନମ୍ବର 1 ଜାଭେଲିନ୍ ଫିଙ୍ଗାଳି ହେଲେ ନୀରଜ

Neeraj chopra

ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଏହା ବ୍ୟତୀତ ତାଙ୍କ ସହିତ ଅନ୍ୟ ଏକ ପରିଚୟ ଯୋଡ଼ି ହୋଇଛି । ନୀରଜ ଚୋପ୍ରା ବର୍ତ୍ତମାନ ବିଶ୍ୱ ଆଥଲେଟିକ୍ସ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି । ନୀରଜ ବର୍ତ୍ତମାନ ପୁରୁଷ ଜାଭେଲିନ୍ ଥ୍ରୋ ର଼୍ୟାଙ୍କିଙ୍ଗରେ ବିଶ୍ୱ ନମ୍ବର ସ୍ଥାନରେ ରହିଛନ୍ତି ।

ନୀରଜ 1455 ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି । ଗ୍ରେନାଡାର ଆଣ୍ଡରସନ୍ ପିଟର୍ସଙ୍କଠାରୁ 22 ପଏଣ୍ଟ ଆଗରେ ରହି ବିଶ୍ୱରେ ଶୀର୍ଷରେ ରହିବାରେ ନୀରଜ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ପୁରୁଷ ଭାରତୀୟ ଜାଭେଲିନ୍ ଥ୍ରୋ ର଼୍ୟାଙ୍କିଙ୍ଗରେ, ନୀରଜ 30 ଅଗଷ୍ଟ 2022 ରେ ବିଶ୍ୱ ନମ୍ବର 2 ରେ ପହଞ୍ଚିଥିଲେ । ପ୍ରାୟ 11 ମାସ ଧରି ବିଶ୍ୱ ଚାମ୍ପିଅନ୍ ଆଣ୍ଡରସନ୍ ପିଟର୍ସ ଅଗ୍ରଣୀ ରହିଥିଲେ ।

ନୀରଜ ଚୋପ୍ରା ପ୍ରଥମଥର 2021 ର ଟୋକିଓ ଅଲମ୍ପିକରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଷ୍ଟାର ଭାରତୀୟ ଜାଭେଲିନ ଫିଙ୍ଗାଳି ନୀରଜ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ପୁରୁଷ ଜାଭେଲିନ୍ ଥ୍ରୋରେ ଭାରତର ଜାତୀୟ ରେକର୍ଡ ନୀରଜଙ୍କ ନାମରେ ରହିଛି । 5 ମେ ରେ ସିଜନ-ଉଦଘାଟନୀ ଦୋହା ଡାଇମଣ୍ଡ ଲିଗରେ ପ୍ରତିଯୋଗିତା କରିଥିଲେ ଏବଂ 88.67 ମିଟର ଥ୍ରୋ ସହିତ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+