ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ, ଆଇପିଏଲ୍ -2020
ଆଇପିଏଲ୍-2020 ର ପ୍ରଥମ କ୍ୱାଲିଫାୟାର୍ ମ୍ୟାଟ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍ ରେ ନିଜର ସ୍ଥାନ ପକ୍କା କରିଛି | ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁମ୍ବାଇ 57 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି |
ଦୁବାଇ : ଆଇପିଏଲ୍-2020 ର ପ୍ରଥମ କ୍ୱାଲିଫାୟାର୍ ମ୍ୟାଟ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍ ରେ ନିଜର ସ୍ଥାନ ପକ୍କା କରିଛି | ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁମ୍ବାଇ 57 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି | ଦିଲ୍ଲୀ ଟସ୍ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା | ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ 5 ଓ୍ୱିକେଟ୍ ହରାଇ 200 ରନ୍ ସଂଗ୍ରହ କରିଥିଲା | କିନ୍ତୁ ଦିଲ୍ଲୀ 20 ଓଭରରେ 8ଟି ଓ୍ୱିକେଟ୍ ହରାଇ ମାତ୍ର 143 ରନ୍ ସଂଗ୍ରହ କରିପାରିଥିଲା |

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶନ୍ କିଶାନ ଅପରାଜିତ ରହି ସର୍ବାଧିକ 55 ରନ୍ (30 ବଲ), ସୂର୍ଯ୍ୟକୁମାର 38 ବଲ୍ ରୁ 51 ରନ୍ ଏବଂ ଡି କକ୍ 25 ବଲ୍ ରୁ 40 ରନ୍ ସଂଗ୍ରହ କରିଥିଲେ | ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆର ଅଶ୍ବିନ ୩ଟି, ଆନ୍ରିଚ୍ ନୋର୍ଜେ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏଁ ଓ୍ୱିକେଟ ହାସଲ କରିଥିଲେ ।
ଅପରପକ୍ଷରେ ଇନିଂସ୍ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା | ବୁମରା ଓ ବୋଲ୍ଟଙ୍କୁ ସାମ୍ନା କରି ନପାରି ଦଳ ପ୍ରଥମରୁ ବିନା କୌଣସି ରନ୍ରେ ୩ ଟି ୱିକେଟ ହରାଇଥିଲା । ଏହାପରେ ଷ୍ଟୋଇନ୍ସ ୬୫ ରନ୍ କରି ବୁମରାଙ୍କ ବଲ୍ ରେ ଆଉଟ୍ ହୋଇଥିଲେ | ଅକ୍ସର ପଟେଲ 33 ବଲ୍ ରେ 44 ରନ୍ କରି ପୋଲାର୍ଡଙ୍କ ଶିକାର ହୋଇଥିଲେ | ଦଳ 20 ଓଭରରେ 8 ଓ୍ୱିକେଟ୍ ହରାଇ 143 ରନ୍ ରେ ସୀମିତ ରହିଥିଲା | ମୁମ୍ବାଇ ପକ୍ଷରୁ ବୁମରାହ ସର୍ବାଧିକ 4ଟି ଓ୍ୱିକେଟ୍ ନେଇଥିବା ବେଳେ ବୋଲ୍ଟ 2ଟି ଏବଂ କୃନାଲ ପାଣ୍ଡ୍ୟା, ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ |
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications