Get Updates
Get notified of breaking news, exclusive insights, and must-see stories!

ଦୀପକ ଚହରଙ୍କ ପାଇଁ ପ୍ରଥମ ଥର ପାଇଁ 14 କୋଟି ଖର୍ଚ୍ଚ କଲା CSK

ଦ୍ରୁତ ବୋଲର ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 14 କୋଟି ଟଙ୍କାରେ କିଣିଛି । ଯାହା ପରେ ଆଜି ପର୍ଯ୍ୟନ୍ତ CSK ପାଇଁ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି ଦୀପକ ।

ନୂଆଦିଲ୍ଲୀ : ଆଇପିଏଲ୍ 2022 ନିଲାମର ପ୍ରଥମ ଦିନରେ ଭାରତୀୟ ଖେଳାଳିମାନଙ୍କର ପାଲ ଭାରୀ ରହିଛି । ପ୍ରଥମେ ଶିଖର ଧାୱନ ଏବଂ ପରେ ଶ୍ରେୟସ ଆୟର, ହର୍ଷଲ ପଟେଲ, ୱାଶିଂଟନ ସୁନ୍ଦର, ଇଶାନ କିଶନ ଏବଂ ପରେ ଦୀପକ ଚହର ଦାମୀ ଖେଳାଳିଙ୍କ ସ୍ଲଟରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ଇଶାନ କିଶନ ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହୋଇଥିବାବେଳେ ଅନ୍ୟ ପଟେ ଦ୍ରୁତ ବୋଲର ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ 14 କୋଟି ଟଙ୍କାରେ କିଣିଛି । ଯାହା ପରେ ଆଜି ପର୍ଯ୍ୟନ୍ତ CSK ପାଇଁ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି ଦୀପକ ।

deepak chahar

ଦୀପକ ଚହରଙ୍କୁ କିଣିବା ପାଇଁ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହୋଇଥିଲା । ଶେଷରେ, CSK ଦୀପକଙ୍କୁ ଯିବାକୁ ଦେଲା ନାହିଁ । ଆପଣଙ୍କୁ କହି ରଖୁଛୁ ଯେ ଚେନ୍ନାଇ ପାଇଁ ଦୀପକ ଚହର ସବୁଠୁ ଦାମୀ ଖେଳାଳି ହୋଇପାରିଛନ୍ତି । ଏପରିକି ମହେନ୍ଦ୍ର ସିଂହ ଧୋନିଙ୍କୁ ଚେନ୍ନାଇ ଚଳିତ ବର୍ଷ 12 କୋଟି ଟଙ୍କାରେ ରଖିଛି । ଅନ୍ୟପକ୍ଷରେ, ରବିନ୍ଦ୍ର ଜାଡେଜାଙ୍କୁ CSK 16 କୋଟି ଟଙ୍କାରେ ରଖିଛି ।

ଆପଣଙ୍କୁ କହିବାକୁ ଗଲେ ଟିମ୍ ଇଣ୍ଡିଆରେ ଦ୍ରୁତ ବୋଲର ଭାବେ ଖେଳୁଥିବା ଦୀପକ ଚହର ମଧ୍ୟ ଗତ କିଛି ମ୍ୟାଚ୍‌ରେ ନିଜର ଭଲ ବ୍ୟାଟିଂ ପ୍ରଦର୍ଶନ କରି ସେ ଅଲରାଉଣ୍ଡର ବର୍ଗରେ ସାମିଲ ହୋଇପାରିବେ ବୋଲି ସାବ୍ୟସ୍ତ କରିସାରିଛନ୍ତି । ହ୍ୱାଇଟ୍ ବଲ୍ କ୍ରିକେଟ୍ ରେ ଦୀପକ ଅନେକ ଥର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଏଥି ସହିତ ଦୀପକ ଚହର ଗତ 4 ବର୍ଷ ଧରି ଚେନ୍ନାଇ ସହିତ ଖେଳୁଛନ୍ତି । ଦୀପକ ଚହର CSK ରେ ଧୋନିଙ୍କ ପ୍ରିୟ ଖେଳାଳି, ସେଥିପାଇଁ ସେ ପୁନର୍ବାର ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+