ମୁହଁ ଖୋଲିଲେ ମିଚେଲ ମାର୍ଶ, ବିଶ୍ୱକପ ଟ୍ରଫି ଉପରେ କଣ ପାଇଁ ରଖିଥିଲେ ପାଦ...
World Cup 2023: କ୍ରିକେଟ୍ ବିଶ୍ୱକପ୍ 2023 ଅନେକ ବିବାଦଭରା ରହିଥିଲା । ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଅନେକ ବିବାଦ ଦେଖାଦେଇଥିଲା । ଏପରିକି ବିଶ୍ୱକପ୍ ଫାଇନାଲ ପରେ ବି ବିବାଦ ଥମିବାର ନାଁ ନେଇ ନଥିଲା । ବିଶ୍ୱକପ୍ ଫାଇନାଲ୍ ବିଜୟ ପରେ ବିଜେତା ଅଷ୍ଟ୍ରେଲିଆର ଅଧିନାୟକଙ୍କୁ ନେଇ ଦେଖାଦେଇଥିଲା ବିବାଦ । ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ଏକ ଫୋଟ୍ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ଶ ଭାଇରାଲ ଫଟୋରେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହାକୁ ନେଇ ଅନେକ ସମାଲୋଚନା ମଧ୍ୟ କରାଯାଇଥିଲା । ଏହା ପରେ ମାର୍ଶ ବର୍ତ୍ତମାନ ଏହି ବିବାଦୀୟ ଫଟୋ ଉପରେ ନୀରବତା ଭାଙ୍ଗିଛନ୍ତି ।
32 ବର୍ଷୀୟ ଖେଳାଳି ମାର୍ଶ କହିଛନ୍ତି ଯେ ଟ୍ରଫିକୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ମାର୍ଶ କହରିଛନ୍ତି, 'ସେହି ଫଟୋରେ କୌଣସି ଅସମ୍ମାନ ନଥିଲା । ମୁଁ ଏହା ଉପରେ ବେଶୀ କିଛି ବିଚାର କରିନାହିଁ । ସୋସିଆଲ ମିଡିଆରେ ମଧ୍ୟ ବେଶୀ କିଛି ଦେଖି ନାହିଁ । କିନ୍ତୁ ସମସ୍ତେ ମୋତେ କହୁଛନ୍ତି ଏହା ଏବେ ସମାପ୍ତ ହୋଇଛି, ଏବଂ ଏଥିରେ ଆଉ କିଛି ନାହିଁ ।
ବାସ୍ତବରେ ଅଷ୍ଟ୍ରେଲିଆ ବିଶ୍ୱକପ ଟ୍ରଫି ଜିତିବାର କିଛି ଘଣ୍ଟା ପରେ ମାର୍ଶଙ୍କର ଏହି ଫଟୋ ସେୟାର କରାଯାଇଥିଲା । ଫଟୋକୁ ଦେଖିଲେ ଏହା ଏକ ହୋଟେଲ ରୁମ ପରି ଦେଖାଯାଉଛି, ଯେଉଁଠାରେ ଅଷ୍ଟ୍ରେଲିଆ ଦଳ ଆରାମରେ ବସି ବିଜୟ ପରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications