Tokyo Olympics: ଇତିହାସ ରଚିଲେ ମୀରାବାଇ ଚାନୁ, ଭାରୋତ୍ତୋଳନରେ ଭାରତକୁ ଦେଲେ ରୌପ୍ୟ ପଦକ
ଭାରତର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଦେଇଛନ୍ତି ପ୍ରଥମ ପଦକ । ଚାନୁ ଭାରତ ପାଇଁ 'ରୌପ୍ୟ' ପଦକ ଜିତିଛନ୍ତି ।
ଟୋକିଓ ଅଲିମ୍ପିକ୍ସ : ଭାରତର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଦେଇଛନ୍ତି ପ୍ରଥମ ପଦକ । ଚାନୁ ଭାରତ ପାଇଁ 'ରୌପ୍ୟ' ପଦକ ଜିତିଛନ୍ତି । ଏହା ସହ ସେ ଭାରୋତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ପ୍ରଥମ ଆଥଲେଟ୍ ହୋଇଛନ୍ତି । ଚାନୁ 49 କିଲୋଗ୍ରାମ ବର୍ଗରେ ମୋଟ 202 ଓଜନ ସହିତ ରୌପ୍ୟ ପଦକ ଜିତିଛନ୍ତି ।

ଚୀନର ଜିହୁଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ସ୍ନାଚ୍ରେ 94 ଓ କ୍ଲିନ୍ ଏବଂ ଜର୍କରେ 116 ଓଜନ ଉଠାଇଥିଲେ ।
ଏହାପୂର୍ବରୁ କର୍ଣ୍ଣମ ମାଲ୍ଲେଶ୍ୱରୀଙ୍କ ନାମରେ ଏକ ଅଲିମ୍ପିକ ପଦକ ରହିଛି । 2000 ସିଡନୀ ଅଲିମ୍ପିକ୍ସରେ ସେ 69 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ, ଯେତେବେଳେ ପ୍ରଥମ ଥର ପାଇଁ ମହିଳାମାନଙ୍କ ପାଇଁ ଭାରୋତ୍ତୋଳନ ମଞ୍ଚ ଖୋଲାଯାଇଥିଲା ।












Click it and Unblock the Notifications