'ମୋ ଜ୍ୱାଇଁ ତୁମ ସ୍ୱାମୀଙ୍କ ରେକର୍ଡ ଭାଙ୍ଗିବ ...', ବିରାଟଙ୍କ 50 ତମ ଶତକ ପରେ ଭାଇରାଲ ହେଉଛି ଏହି ଟ୍ୱିଟ୍
ବିଶ୍ୱକପ୍ 2023 ରେ ଟିମ୍ ଇଣ୍ଡିଆର ବିଜୟ ଅଭିଯାନ ଜାରି ରହିଛି । ସେମିଫାଇନାଲରେ ଭାରତ ଦଳ ନ୍ୟୁଜିଲ୍ୟାଣ୍ଡକୁ ଜବରଦସ୍ତ ପରାସ୍ତ କରି ଫାଇନାଲ୍ ଟିକେଟ୍ କାଟିଛି । ଏହି ମ୍ୟାଚ୍ରେ ଅନେକ ରେକର୍ଡ ହୋଇଛି । ସେଥି ମଧ୍ୟରୁ ଭାରତୀୟ ବ୍ୟାଟର ବିରାଟ କୋହଲି ତାଙ୍କ ODI କ୍ୟାରିୟରର 50ତମ ଶତକ ହାସଲ କରିଛନ୍ତି । ଏହା ସହ ସେ ସଚିନ ତେନ୍ଦୁଲକରଙ୍କ ସର୍ବଶ୍ରେଷ୍ଠ ରେକର୍ଡ ଭାଙ୍ଗିଛନ୍ତି ।

ଏହି ସମୟରେ କୋହଲି ଦର୍ଶକଙ୍କ ଗ୍ୟାଲେରୀରେ ବସିଥିବା ସଚିନ ତେନ୍ଦୁଲକରଙ୍କ ଆଗରେ ନତମସ୍ତକ ହୋଇ ସମ୍ମାନ ଜଣାଇବା ସହ ଷ୍ଟାଣ୍ଡରେ ଥିବା ପତ୍ନୀ ଅନୁଷ୍କା ଶର୍ମାଙ୍କୁ 'ଫ୍ଲାଇଙ୍ଗ କିସ୍' ଦେଇ ନିଜ ଖୁସି ବ୍ୟକ୍ତ କରିଥିଲେ । କୋହଲିଙ୍କ ଏହି ରେକର୍ଡକୁ ସାରା ବିଶ୍ୱରୁ ଶୁବେଛାର ସୁଅ ଛୁଟିଛି । ଏପରିକି ଏହାକୁ ନେଇ ଅନେକ ମଜାଳିଆ ମିମ୍ସ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବିରାଟଙ୍କ ଏହି ରେକର୍ଡ ପରେ ସଚିନ ଏବଂ ଅନୁଷ୍କାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ପରସ୍ପରକୁ କିଛି କହୁଥିବାର ଦେଖାଯାଉଛି । ଯଦିଓ ଉଭୟ ପରସ୍ପରକୁ କ'ଣ କହୁଛନ୍ତି ସେ ନେଇ କୌଣସି ତଥ୍ୟା ନାହିଁ, କିନ୍ତୁ ଏହି ସମୟର ଏକ ଫଟୋରେ କିଛି ମଜାଳିଆ ପୋଷ୍ଟ କରି ଲୋକମାନେ ଏହି ଫଟୋକୁ ଉପଭୋଗ କରୁଛନ୍ତି ।
ଏହି ଫଟୋ ଉପରେ ଅନେକ କମେଣ୍ଟ ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ସୋସିଆଲ ମିଡିଆରେ ଗୋଟିଏ ଫଟୋ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏଥିରେ ଲେଖାଯାଇଛି, ସଚିନ୍ ଅନୁଷ୍କାଙ୍କୁ କହୁଛନ୍ତି ଯେ, 'ଆଜି ତୁମ ସ୍ୱାମୀ ମୋର ରେକର୍ଡ ଭାଙ୍ଗିଛନ୍ତି, ଦିନେ ମୋ ଜ୍ୱାଇଁ ତୁମ ସ୍ୱାମୀଙ୍କ ରେକର୍ଡ ଭାଙ୍ଗିବେ' ।

ଉଲ୍ଲେଖଥାଉକି, ଭାରତୀୟ ବ୍ୟାଟର ଶୁଭମନ ଗିଲଙ୍କୁ ଯୋଡି ଏହି ଫଟୋ କରାଯାଇଛି । କାରଣ ଶୁଭମନ ଗିଲ ଏବଂ ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି ବୋଲି ଚର୍ଚ୍ଚା ଉଠିଛି । ଯଦିଓ ଏ ବିଷୟରେ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟତା ଦିଆଯାଇ ନାହିଁ, କିନ୍ତୁ ପ୍ରାୟତଃ ଗିଲ ଏବଂ ସାରା ଏକାଠି ଦେଖିବାକୁ ମିଳିଥାନ୍ତି ।
ବର୍ତ୍ତମାନର ପିଢିର ଓପନର ମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ । ଏପରିକି ଆଗାମୀ ଦିନରେ ଶୁଭମନ୍, ବିରାଟ କୋହଲିଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି । ତେବେ ଗିଲ, ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବେ କି ନାହିଁ, ତାହା ସମୟ କହିବ । କିନ୍ତୁ କୋହଲି, ସଚିନ, ଶୁବମାନ ଗିଲ ଏବଂ ଅନୁଷ୍କା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।












Click it and Unblock the Notifications