Get Updates
Get notified of breaking news, exclusive insights, and must-see stories!

ବକ୍ସିଂରୁ ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ମେରି କମ୍

Mary Kom News: ବକ୍ସିଂରୁ ଅବସର ନେଇଥିବା ଖବରକୁ ଖଣ୍ଡନ କରିଛନ୍ତି କିମ୍ବଦନ୍ତୀ ବକ୍ସର ମେରି କମ୍ । ସେ କହିଛନ୍ତି, 'ମୁଁ ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି । ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।'

ମେରି କମ୍ କହିଛନ୍ତି '24 ରେ ଦିବ୍ରୁଗଡ଼ରେ ଏକ ସ୍କୁଲ ଉତ୍ସବରେ କିଛି ପରାମର୍ଶ ଦେଇଥିଲି । ଆହୁରି ପାଇବାକୁ ଅଛି, ଅଲିମ୍ପିକ୍ସ ବୟସ କଟକଣା ବାଧକ କହିଥିଲି । ମୁଁ ଫିଟନେସ୍‌କୁ ଗୁରୁତ୍ବ ଦେଉଛି, ଅବସର ନେଲେ ସମସ୍ତଙ୍କୁ ଜଣାଇବି ।' ବୋଲି ସେ କହିଛନ୍ତି ।

Mary Kom

41 ବର୍ଷିୟା ମେରି କମ୍ ସ୍ପଷ୍ଟ କରିଛନ୍ତି ଯେ ମୁଁ କିଛି ଗଣମାଧ୍ୟମ ରିପୋର୍ଟରେ ଦେଖିବାକୁ ପାଇଲି ମୁଁ ଅବସର ଘୋଷଣା କରିଛି । ଏହା ସତ୍ୟ ନୁହେଁ । "ମୁଁ 24 ଜାନୁୟାରୀ 2024 ରେ ଦିବ୍ରୁଗଡ଼ରେ ଏକ ଇଭେଣ୍ଟରେ ଏକ ବିଦ୍ୟାଳୟରେ ପଢିଥିବା ପିଲାମାନଙ୍କୁ ଉତ୍ସାହିତ କରୁଥିଲି ଏବଂ ମୁଁ କହିଥିଲି ମୋର କ୍ରୀଡ଼ାରେ ଆହୁରି ବହୁତ କିଛି ହାସଲ କରିବାକୁ ଅଛି କିନ୍ତୁ ଅଲିମ୍ପିକ୍ସରେ ବୟସ ସୀମା ମୋତେ ଅଂଶଗ୍ରହଣ କରିବାକୁ ଅନୁମତି ଦେଉନାହିଁ ।"
ଅଲିମ୍ପିକ୍ ପଦକ ବିଜେତା କହିଛନ୍ତି, "ମୁଁ ତଥାପି ମୋର ଫିଟନେସ୍ ଉପରେ ଧ୍ୟାନ ଦେଉଛି ଏବଂ ଯେତେବେଳେ ବି ଅବସର ଘୋଷଣା କରିବି ମୁଁ ସମସ୍ତଙ୍କୁ ଜଣାଇବି ।"

ଏହା ପୂର୍ବରୁ କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ବକ୍ସିଂରୁ ଅବସର ଘୋଷଣା କରିଛନ୍ତି ମେରି କମ୍ । ବର୍ତ୍ତମାନ ଏହାକୁ ଖଣ୍ଡନ କରିଛନ୍ତି ମେରି କମ୍ ।

ସୂଚନାଥାଉକି, ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ 40 ବର୍ଷ ବୟସ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦେଇଥାଏ । କିନ୍ତୁ ମେରିଙ୍କୁ ବର୍ତ୍ତମାନ 41 ବର୍ଷ ହୋଇଥିବାରୁ ସେ ଆଉ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ ।

ମେରି ବକ୍ସିଂ ଇତିହାସରେ ପ୍ରଥମ ମହିଳା ବକ୍ସର ଯିଏକି 6 ଟି ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତି । ପାଞ୍ଚ ଥର ଏସୀୟ ଚାମ୍ପିଅନ୍ ଭାରତର ପ୍ରଥମ ମହିଳା ବକ୍ସର ଭାବରେ 2014 ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଏହା ସହ ମେରି କମ୍ ଲଣ୍ଡନ 2012 ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ଯାହା ଫଳରେ ସେ ସମସ୍ତ ବର୍ଗର ଟାଇଟଲ୍ ହାସଲ କରିଥିଲେ । ସେ ପେନସିଲଭାନିଆର ସ୍କ୍ରାଣ୍ଟନରେ ଅନୁଷ୍ଠିତ ଉଦ୍ଘାଟନୀ ବିଶ୍ୱକ୍ରୀଡ଼ାରେ 18 ବର୍ଷ ବୟସରେ ନିଜକୁ ବିଶ୍ୱ ସହିତ ପରିଚିତ କାରାଇଥିଲେ ।

ଆଗାମୀ ବର୍ଷରେ, ସେ ପ୍ରଥମ ଭାରତୀୟ ହୋଇ AIBA ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ 2005, 2006, 2008 ଏବଂ 2010 ସଂସ୍କରଣରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+