ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ : ମଳିପଡ଼ା ଚାମ୍ପିଅନ

ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ବାରଘର ପାଟଣାକୁ ପରାସ୍ତ କରି ଚାମ୍ପିଅନ ହୋଇଛି ମଳିପଡ଼ା ।

ଭୁବନେଶ୍ୱର : ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ବାରଘର ପାଟଣାକୁ ପରାସ୍ତ କରି ଚାମ୍ପିଅନ ହୋଇଛି ମଳିପଡ଼ା । ଡକ୍ଟର ବିଜୟ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରକାଶ ବିଜୁଳି, ମୁଖ୍ୟବକ୍ତା ଭାବେ ରାମଚଣ୍ଡୀ ପ୍ରସାଦ ରଣସିଂହ, ସମ୍ମାନୀତ ଅତିଥି ଭାବେ ଯଜ୍ଞେଶ୍ୱର ସୁନ୍ଦରାୟ, ରବୀନ୍ଦ୍ର ରାଉତରାୟ, କରୁଣାକର ଦଳସିଂହରାୟ ଓ ଦାଶରଥି ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

malipada-cricket-tournament
ରାମଚଣ୍ଡୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମଳିପଡ଼ା ଓ ବାରଘର ପାଟଣା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ମଳିପଡ଼ା ଟିମ ଭଲ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୨ ରନ କରିଥିଲା । ଅପରପକ୍ଷରେ ୧୯୩ ରନ ବିଜୟ ଲକ୍ଷ୍ୟର ପିଛା କରି ୧୫୩ ରନରେ ଅଟକି ଯାଇଥିଲା ବାରଘର ପାଟଣା ଟିମ । ଫାଇନାଲ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପଶ୍ଚିମା ମ୍ୟାନ ଅଫ ଦ ମ୍ୟାଚ ହୋଇଥିବାବେଳେ ମ୍ୟାନ ଅଫ ଦ ସିରିଜ ହୋଇଥିଲେ ଜ୍ୟୋତିରଂଜନ ସାହୁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+