Get Updates
Get notified of breaking news, exclusive insights, and must-see stories!

କ୍ରିକେଟ୍ ପରେ ରାଜନୀତି ପଡ଼ିଆରେ ବ୍ୟାଟିଂ କରିବେ ଧୋନି, ଏହି ଦଳରେ ହେବେ ସାମିଲ !

Mahendra Singh Dhoni in politics: କ୍ରିକେଟ୍ ଜଗତରେ ନିଜର ଛାପ ଛାଡ଼ିଥିବା ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ରାଜନୀତି କରିବେ । ସେ ରାଜନୈତିକ ଦଳରେ ସାମିଲ ହୋଇ ନିର୍ବାଚନୀ ପଡ଼ିଆରେ ବ୍ୟାଟିଂ କରିପାରନ୍ତି । ଏ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ସହ ଫଟୋ ଭାଇରାଲ ହେବା ପରେ ଏ ନେଇ ଚର୍ଚ୍ଚା ଆହୁରି ସରଗରମ ହୋଇଛି ।

mahendra singh dhoni

କେଉଁ ଦଳରେ ସାମିଲ ହେବେ ଧୋନି ?

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ପଡ଼ିଆରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ଲୋକଙ୍କ ହୃଦୟରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଏପରିକି ସୋସିଆଲ ମିଡିଆରେ ତାଙ୍କର ଫଟୋ ମିଡିଆରେ ହେଡଲାଇନରେ ରହିଥାଏ । କିନ୍ତୁ ବର୍ତ୍ତମାନ ଏପରି ଏକ ଫଟୋ ଭାଇରାଲ ହୋଇଛି, ଯାହାକୁ ନେଇ ଅନେକ ଆକଳନ କରାଯାଉଛି ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଫଟୋରେ ମହେନ୍ଦ୍ର ସିଂହ ଧୋନି ବିଜେପିର ବରିଷ୍ଠ ନେତାଙ୍କ ସହ ନଜର ଆସିଛନ୍ତି । ଏହା ପରେ ଧୋନୀ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଆଲୋଚନା ଜୋର୍ ଧରିଛି ।

ଆପଣଙ୍କୁ କହିରଖୁଛୁ, ଧୋନି ରାଞ୍ଚି ବିମାନବନ୍ଦରରେ ବିଜେପି ନେତାଙ୍କୁ ଭେଟିଥିଲେ । ଯେଉଁ ନେତାଙ୍କ ସହ ମାହି ସାକ୍ଷାତକରିଥିଲେ ସେମାନେ ହେଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ଦୀପକ ପ୍ରକାଶ, ରାଞ୍ଚି ବିଧାୟକ ସିପି ସିଂ ଏବଂ କଙ୍କେ ବିଧାୟକ ସମରି ଲାଲ ।

ବିଜେପି ସୂତ୍ର କହୁଛି ଯେ ଏହି ସାକ୍ଷାତକାର କେବଳ ଏକ ସଂଯୋଗ ହୋଇଥିବାବେଳେ ଅନ୍ୟପଟେ ମିଡିଆ ରିପୋର୍ଟ ତଥା ସୋସିଆଲ ମିଡିଆରେ ଲୋକମାନେ କହୁଛନ୍ତି ଯେ 'ମହେନ୍ଦ୍ର ସିଂହ ଧୋନି ବିଜେପିରେ ଯୋଗ ଦେଇ ପାରନ୍ତି । ସେ ତାଙ୍କ ନିଷ୍ପତ୍ତିରେ ଲୋକଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କରିଥାନ୍ତି । ଦେଖିବେ, ସେ ହଠାତ୍ ଦିନେ ରାଜନୀତିରେ ଯୋଗଦେବା ନେଇ ଘୋଷଣା କରିବେ । ଯଦିଓ ଏହି ଫଟୋକୁ ନେଇ ଧୋନି ଏବଂ ବିଜେପି ନେତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହାକୁ ନେଇ କଳ୍ପନା ଜଳ୍ପନାର ଜୋର୍ ଧରିଛି ।

ସୂଚନାଥାଉକି, ଏହା ପୂର୍ବରୁ ମଧ୍ୟ ଧୋନିଙ୍କ ରାଜନୀତିରେ ପ୍ରବେଶକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା । ଧୋନିଙ୍କୁ ରାଜନୀତିରେ ଯୋଗଦେବା ପାଇଁ ଅଫର୍ ଦେଇଥିବା ପ୍ରଥମ ଦଳ ହେଉଛି ବିଜେପି । କିଛି ସମୟ ପୂର୍ବରୁ ଦଳ ପକ୍ଷରୁ କୁହାଯାଇଥିଲା, 'ଧୋନି ଦେଶର ଗର୍ବ, ସେ ଆମ ସହ ରାଞ୍ଚିରେ ଯୋଗଦାନ କଲେ ଆମେ ଖୁସି ହେବୁ କିନ୍ତୁ ସବୁକିଛି ତାଙ୍କ ଇଚ୍ଛା ଉପରେ ନିର୍ଭର କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+