Get Updates
Get notified of breaking news, exclusive insights, and must-see stories!

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, 2028 ଅଲିମ୍ପିକ୍ସରେ ସାମିଲ ହେଲା ଏହି ସବୁ ଖେଳ

Cricket In Olympics: ଦିନିକିଆ ବିଶ୍ୱକପ୍, ଟି-20 ବିଶ୍ୱକପ୍, ଆଇପିଏଲ୍ ପରେ ଏବେ ଅଲମ୍ପିକ୍ସରେ ବି ଦେଖିବାକୁ ମିଳିବ କ୍ରିକେଟ୍ ଖେଳ । ଖେଳ ପ୍ରେମୀ ଅଲମ୍ପିକ୍ସରେ କ୍ରିକେଟ୍ ର ମଜା ନେଇପାରିବେ । 128 ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ କୁ ସାମିଲ କରାଯାଇଛି ।

olympicscricket

2028 ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ । କ୍ରିକେଟ୍ କୁ ସାମିଲ କରିବା ନେଇ ପ୍ରସ୍ଥାବକୁ IOC ର ମଞ୍ଜୁରି ମିଳିଛି । କ୍ରିକେଟ ସହ ଅନ୍ୟ 4 ଖେଳକୁ ବି ମଞ୍ଜୁରି ମିଳିଛି । ମୁମ୍ବାଇରେ ଚାଲିଥିବା IOC ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପୁରୁଷ ଓ ମହିଳା ଟି -20 କ୍ରିକେଟ୍ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ ହେବ ।

2028 ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ ଖେଳ ହେବ । କ୍ରିକେଟ୍ (ଟି-20) ସହିତ ଫ୍ଲାଗ୍ ଫୁଟବଲ୍, ବେସବଲ୍(ସଫ୍ଟବଲ୍), ଲାକ୍ରିକ୍ସ ଏବଂ ସ୍କ୍ୱାସ୍‌କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର 15 ରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି)ର 141 ତମ ଅଧିବେଶନରେ ଏ ନେଇ ନିଷ୍ପତ୍ତି ନିଆଯାଇଥିବା ନେଇ IOC ଟ୍ୱିଟ୍ କରି ସୂଚନା ଦେଇଛି । କ୍ରିକେଟ୍ କୁ ଅନ୍ତର୍ଭୁକ୍ତ କରିବା ଉପରେ ମୋହର ବାଜିପାରେ । ଏହି ଖେଳଗୁଡିକରେ ଲାକ୍ରିକ୍ସ ଏବଂ ସ୍କ୍ୱାସ୍‌କୁ ଅତିରିକ୍ତ ଭାବେ ଖେଳାଯିବ ।

ଏହା ପୂର୍ବରୁ 1900 ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ଏବଂ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ । ଯଦିଓ, ଦୀର୍ଘ ଦିନ ଧରି ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଥିଲା, ଏହା ପରେ ଏହାକୁ ଅଲମ୍ପିକ୍ସରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+