IND Vs ENG: ତୃତୀୟ ଟେଷ୍ଟରେ ଫେରିବେ କେ.ଏଲ୍ ରାହୁଲ ? ମୁମ୍ବାଇ ବିମାନବନ୍ଦରରେ ଦେଖାଗଲେ ଷ୍ଟାର କ୍ରିକେଟର
IND Vs ENG: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଅବଶିଷ୍ଟ ତିନୋଟି ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇପାରେ । ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ 15 ରୁ ରାଜକୋଟରେ ଖେଳାଯିବ । ତୃତୀୟ ଟେଷ୍ଟ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଏକ ବଡ ଅପଡେଟ୍ ମିଳୁଛି ।

ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ପାଇଁ ଭାରତ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି । ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିବା ରାହୁଲଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରାହୁଲ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ 2 ରେ ଲବିରେ ପ୍ରବେଶ କରିବା ପୂର୍ବରୁ ପ୍ରଶଂସକଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି ।
ତେବେ ମ୍ୟାଚ୍ ରେ ସେ ଖେଳିବେ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରାହୁଲ ଆହତ କାଣରୁ ବିଶାଖାପାଟନମରେ ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିଲେ । ଏହି ସମୟରେ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଟେଷ୍ଟ ସିରିଜ ପାଇଁ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ଭାରତୀୟ ଦଳରେ ମନୋନୀତ ହେବାର ସମ୍ଭାବନା ନାହିଁ ।
ଆୟର ଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ଗତ ବର୍ଷ ଏହାର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ବିସିସିଆଇ ସୂତ୍ର ପିଟିଆଇକୁ କହିଛି ଯେ ସେ ଗଣ୍ଠି ଏବଂ ପିଠି ଯନ୍ତ୍ରଣା ଅନୁଭବ କରିଛନ୍ତି । ଚୟନକର୍ତ୍ତାମାନେ ଗତ ତିନିଟି ଟେଷ୍ଟ ପାଇଁ ଦଳ ଘୋଷଣା କରିନାହାଁନ୍ତି ।
ତେବେ ଏହି ସମୟରେ ଭାରତୀୟ ଦଳର ପ୍ଲେଇଙ୍ଗ୍ 11 କିପରି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।












Click it and Unblock the Notifications