IPL 2024: ଆଜି ମୁହାଁମୁହିଁ ହେବେ ଚେନ୍ନାଇ-ହାଇଦ୍ରାବାଦ
IPL 2024: ଚଳିତ ଆଇପିଏଲ୍ ର 17 ତମ ସିଜିନରେ ଆଜି ଖେଳାଯିବ 18 ତମ ମ୍ୟାଚ୍ । ଆଜିର ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ-ହାଇଦ୍ରାବାଦ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ସନ୍ଧ୍ୟା 7 ଟା 30 ରେ ମ୍ୟାଚ୍ ଆରମ୍ଭ ହେବ ।

ଚଳିତ ବର୍ଷ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଭଲ ଫର୍ମରେ ରହିଛି । ଋତୁରାଜ ଗାଇକୱାଡଙ୍କ ଟିମ୍ 3 ଟି ମ୍ୟାଚ୍ ଖେଳି ଦୁଇଟି ଜିତିଛି । ଦିଲ୍ଲୀ ଠାରୁ ଗୋଟିଏ ମ୍ୟାଚରେ ଦଳ ପରାଜୟର ସାମ୍ନା କରିଥିଲା । ଏଥିସହ ଚେନ୍ନାଇ ମୋଟ୍ 4 ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି ।
ସେହିପରି ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ସେତେଟା ଖାସ୍ ରହିନାହିଁ । ଦଳ ତିନୋଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍ ଜିତିପାରିଛି । କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ହରାଇ ମାତ୍ର 2 ପଏଣ୍ଟ ହାସଲ କରିଛି । ଫଳରେ ଦଳ ପଏଣ୍ଟ ଟେବୁଲରେ 7ମ ସ୍ଥାନରେ ରହିଛି ।












Click it and Unblock the Notifications