IPL 2024: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ଖେଳାଯିବ IPL !
IPL 2024: ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । କଟକ ବାରବାଟୀରେ ନେଇପାରିବେ କ୍ରିକେଟ୍ ମ୍ୟାଚ୍ ଦେଖିବାର ମଜା । ଏଥର ଆଇପିଏଲ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍ । ଦିଲ୍ଲୀ ତା'ର ପ୍ରଥମ 2 ଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ । ଏ ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି ।

ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମକୁ ଏତେଶୀଘ୍ର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ । ତେଣୁ କଟକରେ ଦିଲ୍ଲୀ ନିଜର ଘରୋଇ ଆଇପିଏଲ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭବନା ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ 20-22 ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ । ଏନେଇ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ।
IPL team Delhi Capitals is likely to play their first two IPL matches in Pune and Cuttack as Delhi's Arun Jaitley Cricket Stadium will not be ready to host the tournament just days after hosting the Women's Premier League final match. IPL schedule is expected later today;…
— ANI (@ANI) February 22, 2024
ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବା ଦୁଇଟି ଫେଜ୍ରେ ଆଇପିଏଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଆଇପିଏଲ ଶେଷ ହେବାର କିଛି ଦିନ ପରେ ଟି-20 ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ଚଳିତ ଆଇପିଏଲ ଟିମ୍ ଇଣ୍ଡିଆର ପ୍ରସ୍ତୁତି ବେଶ୍ ଗୁରତ୍ୱ ବହନ କରୁଛି ।












Click it and Unblock the Notifications